www.samajalive.in
Monday, December 15, 2025
15.1 C
Bhubaneswar

ସରକାରୀ ମହିଳା ମହବିଦ୍ୟାଳୟରେ ପ୍ରବାସୀ ଭାରତୀୟ ଦିବସ ପାଳିତ

 

କେନ୍ଦୁଝରଗଡ: ସରକାରୀ ମହିଳା ମହାବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରାୟୋଜିତ ୧୮ତମ ପ୍ରବାସୀ ଭାରତୀୟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ଼କ୍ଟର ଲଲିତ ରଞ୍ଜନ ସାହୁ ଆନୁଷ୍ଠାନିକଭାବେ ଉଦଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ମହାବିଦ୍ୟାଳୟରେ ପ୍ରବନ୍ଧ ଲିଖନ, ପୋଷ୍ଟର ଉପସ୍ଥାପନା, ୱାକାଥନ୍ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଯାଇଅଛି।

- Advertisement -

କୃତୀ ଛାତ୍ରୀମାନଙ୍କୁ ଆସନ୍ତା ଶୁକ୍ରବାର ଅଧ୍ୟକ୍ଷ ଓ ନିମନ୍ତ୍ରିତ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ ପ୍ରଦାନ କରାଯିବ । କେନ୍ଦୁଝର ଜିଲ୍ଲା ସଦର ପୋଲିସଙ୍କ ସହାୟତାରେ ମହାବିଦ୍ୟାଳୟର ଶତାଧିକ ଛାତ୍ରୀମାନଙ୍କ ଦ୍ଵାରା ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ ଉଦ୍ଦେଶ୍ୟରେ ମହାବିଦ୍ୟାଳୟ ପରିସରରୁ ଲାବଣ୍ୟଛକ ପର୍ଯ୍ୟନ୍ତ ଏକ ପଦଯାତ୍ରା କରାଯାଇଥିଲା ।

ଏହି ପଦଯାତ୍ରାରେ ଅଧ୍ୟକ୍ଷଙ୍କ ସମେତ ରସାୟନ ବିଭାଗ ମୁଖ୍ୟ ପ୍ରଫେସର ବିଷ୍ଣୁ ଚରଣ ଦାସ, ପ୍ରବାସୀ ଭାରତୀୟ ସଂଯୋଜକ ଡ଼କ୍ଟର ଋଷିନଥ ନାଏକ, ରାସାୟନିକ ଅଧ୍ୟାପିକା ଡ଼କ୍ଟର ପ୍ରୀତିମଞ୍ଜରି ମିଶ୍ର, ବାଣିଜ୍ୟ ଅଧ୍ୟାପକ ଡ଼କ୍ଟର ଜ୍ଞାନରଞ୍ଜନ ଦାସ, ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ସୁରେଶ ଚନ୍ଦ୍ର ଜେନା, ଅର୍ଥନୀତି ବିଭାଗ ମୁଖ୍ୟ ଗୀତାଞ୍ଜଳି ନାୟକ, ରାଜନୀତି ବିଭାଗ ମୁଖ୍ୟ ଦେବାନନ୍ଦ ମଲ୍ଲିକ, ଇଂରାଜୀ ବିଭାଗ ମୁଖ୍ୟ ଡ଼କ୍ଟର ନିବେଦିତା ଦାସ, ଓଡ଼ିଆ ଭାଷା ସାହିତ୍ୟ ଅଧ୍ୟାପକ ଡ଼କ୍ଟର ସୂର୍ଯ୍ୟ କାନ୍ତ ନାଏକ, ସମାଜ ବିଜ୍ଞାନ ଅଧ୍ୟାପକ ଦୁର୍ଯ୍ୟୋଧନ ଦାସ, ଅର୍ଥନୀତି ଅଧ୍ୟାପିକା ବିଦ୍ୟା ଦେବତା ଓ ମହାବିଦ୍ୟାଳୟର କର୍ମଚାରୀ ସାମିଲ ହୋଇଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories