www.samajalive.in
Sunday, December 14, 2025
15.1 C
Bhubaneswar

କୋଇଲା ଖଣି ବେଆଇନ୍ ପାର୍କିଂ ନେଲା ନୀରିହ ଶିଶୁର ଜୀବନ

ରେଙ୍ଗାଲି : ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟରାଜପଥର ଲପଙ୍ଗା ସାତଗଛିଆରୁ ଠେଲକୋଲୋଇ ପର୍ଯ୍ୟନ୍ତ ଏନଏଲସି କୋଇଲା ଖଣି ପାଇଁ ରାସ୍ତାକଡ ବେଆଇନ ଭାରିଯାନ ପାର୍କିଂ ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ତଥାପି ପ୍ରଶାସନ ଗାଢ ନିଦ୍ରାରେ ଶୋଇଛି।  ଆଜି ବେଆଇନ ପାର୍କିଂ ଯୋଗୁଁ ସକାଳ ୯ଟା ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ବର୍ଷର ଶିଶୁ ମୃତ୍ୟୁବରଣ କରିଛି। ସଂପ୍ରତି ସଡକ ସୁରକ୍ଷା ସପ୍ତାହ ଚାଲିଥିବା ବେଳେ ଦୁର୍ଘଟଣା ଘଟିବା ବିଡମ୍ବନାର ବିଷୟ।

ଆଜି ସକାଳ ପ୍ରାୟ ୯ ଟା ସମୟରେ ନିକଟସ୍ଥ ଚାଳଟିକ୍ରା ନିବାସୀ  ଗିରିଶ ଚନ୍ଦ୍ର ନାଏକ ତାଙ୍କ ଧର୍ମ ପତ୍ନୀ ଓ ତାଙ୍କର ୫ବର୍ଷର ପୁଅ ସତ୍ୟମ ନାଏକଙ୍କ ସହିତ ସୁନ୍ଦରଗଡ ଅଭିମୁଖେ ସ୍କୁଟର (ଓଡି୧୫ଜେ୦୬୧୬)ରେ ଯାଉଥିବା ସମୟରେ ପଛପଟୁ ଏକ କୋଇଲା ବୋଝେଇ ଭାରୀ ଯାନ ଆସି ଧକ୍କା ଦେଇଥିଲା। ଫଳରେ ଭାରସାମ୍ୟ ହରାଇ  ପଡିଯାଇଥିଲେ।ଏଥିରେ ଗିରିଶ ଚନ୍ଦ୍ର ନାଏକ ଓ ତାଙ୍କ ଧର୍ମ ପତ୍ନୀ ଆହତ ହୋଇଥିବା ବେଳେ ତାଙ୍କ ପୁତ୍ର ସତ୍ୟମ ନାଏକ(୫) ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଘଟଣା ଘଟାଇଥିବା ଗାଡ଼ି ଚାଳକ ଗାଡି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଖବର ପାଇ  ଗାଁ ଲୋକେ  ଉତ୍ତ୍ଯକ୍ତ ହୋଇ କ୍ଷତିପୂରଣ ଓ ବେଆଇନ ପାର୍କିଂ ବନ୍ଦ ଦାବିରେ ଶବ ରଖି ୨ଘଣ୍ଟା ରାସ୍ତା ଅବରୋଧ କରିଥିଲେ। ଖବର ପାଇ ସଦର ଏସଡିପିଓ ତୋଫାନ ବାଗ, ଅତିରିକ୍ତ ତହସିଲଦାର ସୁଜିତ କୁମାର ଶତପଥି ,ସଦର ଆଇଆଇସି ସାବିତ୍ରୀ ବଳ, ରେଙ୍ଗାଲି ଆଇଆଇସି ସୁଦର୍ଶନ ପଣ୍ଡା, ଶାସନ,କତରବଗା, ଧନୁପାଲି ଆଦି ଥାନାର ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ଯକ୍ତ ଜନସାଧାରଣଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।

- Advertisement -

ମୃତ ଶିଶୁର ପରିବାରକୁ ୧ଲକ୍ଷ ୨୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ ପରେ ରାସ୍ତା ଅବରୋଧ ହଟିବା ସହିତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଏସଂକ୍ରାନ୍ତରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଏଭଳି ଏଠାରେ ନିୟମିତ ବ୍ୟବଧାନ ଦୁର୍ଘଟଣା ଘଟି ଲୋକେ ମୃତାହତ ହେଉଛନ୍ତି। କିଛି ଟଙ୍କା କ୍ଷତିପୂରଣ ଦେଇ ପ୍ରଶାସନ ଦୁର୍ଘଟଣା ଏଡ଼ାଇବା ପାଇଁ ସ୍ଥାୟୀ ପ୍ରତିକାର କରୁନାହିଁ। ମାନବ ଜୀବନର ମୂଲ୍ଯ କଣ କିଛି ଟଙ୍କା କି ବୋଲି ଲୋକେ ପ୍ରଶ୍ନ କରୁଛନ୍ତି। ଏମିତି ଦୁର୍ଘଟଣା ଘଟାଇ ଲୋକଙ୍କୁ ହତ୍ୟା କରାଯିବା ସହିତ ସମାନ ବୋଲି ଜନସାଧାରଣରେ ପ୍ରତିକ୍ରିୟା ପାଉଛି। ବେଆଇନ ପାର୍କିଂ ବନ୍ଦ ପାଇଁ ବାରମ୍ବାର ଆନ୍ଦୋଳନ ଓ ଦାବିପତ୍ର ପ୍ରଦାନ କରାଯାଉଥିଲେ ବି କିଛି ସୁଫଳ ମିଳୁନାହିଁ। ଲୋକଙ୍କୁ ଜାଣିଶୁଣି ମରଣ ମୁହଁକୁ ଠେଲିଦେଇ ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଛି। କୋଟି କୋଟି ଟଙ୍କା ମୁନାଫା କରୁଥିବା କମ୍ପାନୀ ନିଜସ୍ବ ପାର୍କିଂ ଜୋନ୍ ନକରି ରାଜ୍ୟରାଜପଥକୁ ପାର୍କିଂ ଜୋନ୍ ରୂପେ ବ୍ୟବହାର କରି ରାସ୍ତାକୁ ମରଣଯନ୍ତାରେ ପରିଣତ କରିଛି। ସରକାର ଓ ପ୍ରଶାସନ ହାତ ବାନ୍ଧି ବସିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories