ମହାନଦୀ ପଠାରେ ପିକନିକ ମନା

ଭୁବନେଶ୍ୱର: ମହାନଦୀ ପଠାରେ ପିକନିକ ଆୟୋଜନ ଉପରେ କଟକ ମହାନଗର ନିଗମ(ସିଏମସି) ପକ୍ଷରୁ କଟକଣା ଜାରି କରାଯାଇଛି। ବୋଟିଂ କ୍ଲବ ଠାରୁ କଟକ-ଇନ-କଟକ କ୍ଲବ ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରାଯାଇଛି। ତଳ ବାଲିଯାତ୍ରା ପଡ଼ିଆରୁ ଚହଟା ଛକ ଯାଏଁ ମଧ୍ୟ କଟକଣା ଲାଗୁ ହୋଇଛି। ଏସବୁ ଅଞ୍ଚଳରେ ଭୋଜିଭାତ ଆୟୋଜନ ସହ ବିଭିନ୍ନ ଇଭେଣ୍ଟ ବା କାର୍ଯ୍ୟକ୍ରମ ଆୟୋଜନ ଉପରେ ବାରଣ କରାଯାଇଛି। ଅଳିଆ ଆବର୍ଜନା ହେତୁ ମହାନଦୀ ଦୂଷିତ ହେଉଥିବାରୁ ସିଏମସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି।

Comments are closed.