ଷ୍ଟିଲ ପ୍ଲାଣ୍ଟରେ ଡ୍ୟୁଟିବେଳେ ନିଜ ରିଭଲଭରରୁ ମୁଣ୍ଡକୁ ଗୁଳିିମାଡ଼ କଲେ ସିଆରପିଏଫ ଯବାନ

ରାଉରକେଲା: ରାଉରକେଲାରେ ଜଣେ ସିଆରପିଏଫ ଯବାନ ନିଜକୁ ନିଜେ ଗୁଳି କରିଥିବା ସୂଚନା ମିଳିଛି। ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଡ୍ୟୁଟିବେଳେ ସେ ନିଜ ରିଭଲଭରରୁ ମୁଣ୍ଡକୁ ଗୁଳିମାଡ଼ କରିଥିଲେ। ଫଳରେ ଗୁରୁତର ଅବସ୍ଥାରେ ତଳେ ପଡ଼ିଯାଇଥିଲେ। ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ରାଉରକେଲ ଆଇଜିଏଚ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଆଇଜିଏଚ ହସପିଟାଲ ଡାକ୍ତର ମୃତ ଘୋଷଣା କରିଥିଲେ। ସିଆରପିଏଫ ଯବାନ କ’ଣ ପାଇଁ ନିଜନିଜ ରିଭଲଭରରୁ ମୁଣ୍ଡକୁ ଗୁଳିକରିଥିଲେ ତାହାର କାରଣ ଅସ୍ପଷ୍ଟ ରହିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ୍ୟୁବରଣ କରିଥିବା ଯବାନଙ୍କ ନାମ ପିକେ ଅଭିନନ୍ଦ ଓ ଘର କେରଳ ରାଜ୍ୟ କନୁରରେ ବୋଲି ଜଣାଯାଇଛି।

Comments are closed.