‘ଗୋନାସିକା’ ମହୋତ୍ସବର ଚତୁର୍ଥ ସନ୍ଧ୍ୟା: ଦାନିସ୍ ଓ ସନମୁଖପ୍ରିୟାଙ୍କ ଗୀତର ତାଳେ ତାଳେ ଝୁମିଲେ ଦର୍ଶକ

କେନ୍ଦୁଝରଗଡ଼: କେନ୍ଦୁଝର ଷ୍ଟାଡିୟମ ପଡ଼ିଆରେ ସୋମବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ‘ଗୋନାସିକା-କେନ୍ଦୁଝର ମହୋତ୍ସବ’ ଓ କାଳୀପଡ଼ିଆରେ ଆରମ୍ଭ ହୋଇଥିବା ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା-୨୦୨୩ର ଗୁରୁବାର ଚତୁର୍ଥ ସନ୍ଧ୍ୟାରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବେଶ୍ ସମୟ ଧରି ବାନ୍ଧି ରଖିପାରିଛି। ବିଶେଷକରି ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ବଲିଉଡର ତାରକା କଳାକାର ମହମ୍ମଦ ଦାନିସ୍ ଓ ସନମୁଖପ୍ରିୟାଙ୍କ ନୃତ୍ୟ ଗୀତରେ ତାଳେ ତାଳେ ଦର୍ଶକ ଝୁମିଛନ୍ତି। ବଲିଉଡ କଳାକାରଙ୍କ ପୂର୍ବରୁ ମହାରାଷ୍ଟ୍ରର ଲାବଣୀ ନୃତ୍ୟ, ପଞ୍ଜାବର ଭାଙ୍ଗଡା, ଆସାମର ବିହୁ, ବଲାଙ୍ଗିରର ଘୁପ୍ ଘୁଡକା, ପୁରୀର ନବ ପ୍ରତିଭା ଓ ବ୍ରହ୍ମପୁରର ଫ୍ଲାକ୍ସୋମାନିଆ କଳାକାରଙ୍କ ଉଚ୍ଚକୋଟୀର କଳାଭିନୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

prayash

ଏହି ଅବସରରେ ସନ୍ଧ୍ୟାରେ ଆୟୋଜିତ ସଭା ମଞ୍ଚରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ଜିଲାପରିଷଦ ସଦସ୍ୟା ସୁଶ୍ରୀ ଛଇଳବାଳା ନାୟକ, ସୌଭାଗ୍ୟ ମଞ୍ଜରୀ ନାୟକ, ରୁନୁ ମହାନ୍ତ, ଶାନ୍ତିଲତା ରଣା, ସୁକୁମାରୀ ଦେହୁରୀ, ଚମ୍ପାବତୀ ଟୁଡୁ, ମାଇନ ସୋରେନ, ସୁକାନ୍ତୀ ଜେନା, କୌଶଲ୍ୟା ସେଠୀ, ସଦସ୍ୟ କେଦାର ଚନ୍ଦ୍ର ପ୍ରଧାନ, ପ୍ରଫୁଲ୍ଲ ଚନ୍ଦ୍ର ନାଏକ, ଅରୁଣ କୁମାର ବାରିକ, ଶଶୀକାନ୍ତ ଖିଲାର, ଡମ୍ବରୁଧର କୁଦାଦାଃ, ବୁଦ୍ଧଦେବ ମହାକୁଡ, ଲକ୍ଷ୍ମୀଧର ବିଶ୍ୱାଳ ଓ ବିମ୍ବାଧର ବିଶ୍ୱାଳଙ୍କୁ ଜିଲା ପ୍ରଶାସନ ପକ୍ଷରୁ ପୁଷ୍ପଗୁଛ, ଉପଢୌକନ ଓ ଟ୍ରଫି ଦେଇ ସମ୍ବର୍ଦ୍ଧିିତ କରାଯାଇଥିବା ବେଳେ ଅତିଥିଗଣ ମହୋତ୍ସବର ସଫଳତା କାମନା କରିଥିଲେ। ଉପନିର୍ଦ୍ଦେଶକ, ସୂଚନା ଓ ଲୋକସମ୍ପର୍କ ସଞ୍ଜୀବ କୁମାର ବାରିକ ମହୋତ୍ସବର ପ୍ରତିଟି କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦିତ କରିଥିଲେ।

Comments are closed.