ବିନିକା ଓ ଫୁଲମୁଠୀରେ ଗୋକୁଳଷ୍ଟମୀ ଯାତ୍ରା ଉଦ୍‍ଯାପିତ

ବିନିକା(ନରସିଂହ ପଧାନ) : ବିନିକା ଓ ଫୁଲମୁଠୀରେ ଗୋକୁଳଷ୍ଟମୀ ଯାତ୍ରା ଗତକାଲ ଉଦ୍‍ଯାପିତ ହୋଇଯାଇଛି। ବିନିକା କଂସାରୀପଡା ଶ୍ରୀ ଶ୍ରୀ ବ୍ରଜବିହାରୀ ନୃତ୍ୟ କଳା ପରିଷଦ ଆନୁକୂଲ୍ୟରେ ଦୀର୍ଘ ଆଠ ଦିନ ଧରି ଚାଲିଥିବା ଏହି ଲୀଳାଯାତ୍ରାକୁ କମିଟିର ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ। ଗତକାଲି ରାତିରେ କଂସ ମହାରାଜଙ୍କ ନିମନ୍ତ୍ରଣ କ୍ରମେ ଦରବାରରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟଅତିଥି ଓ ବିନିକା ବ୍ଲକ ଅଧ୍ୟକ୍ଷ ଅଶୋକ ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏ ଅଞ୍ଚଳର ଐତିହ୍ୟ, କଳା, ସଂସ୍କୃତି ମହାନ ବୋଲି ଉଦ୍‍ବୋଧନ ଦେଇଥିଲେ।
ସେହିପରି ଫୁଲମୁଠୀ ଗୋକୁଳାଷ୍ଟମୀ ନାଟ୍ୟ ସଂସଦ କଳା ପରିଷଦ ତରଫରୁ ୫ଦିନ ଧରି ଚାଲିଥିବା ଗୋକୁଳାଷ୍ଟମୀ ଲୀଲାଯାତ୍ରା ଗତକାଲି ଉଦ୍‍ଯାପିତ ହୋଇଯାଇଛି। ନାଟ୍ୟ ମଞ୍ଚସ୍ତ ଅବସରରେ କୃଷ୍ଣ ଜନ୍ମ ସହ ଗୋଚାରଣ, ମହାରାଜ କଂସ, ଗୋପପୁରକୁ ଅସୁରପ୍ରେରଣ। ଏହି ପରିପ୍ରେକ୍ଷୀରେ ବଛା, ବକା ଓ ଅର୍ଘାସୁର ବଧ ଆଦି ନାଟ୍ୟ ଅଭିନୀତ ହୋଇଥିଲା। ୩ଦିନ ଧରି ମାହେଶ୍ୱରୀ ମନ୍ଦିର ସମ୍ମୁଖରେ ମହାରାଜ କଂସଙ୍କ ଦରବାର ନାଟ୍ୟ ମଞ୍ଚସ୍ତ ହୋଇଥିଲା।

Comments are closed.