ଦେବ ଦେବୀଙ୍କୁ ତାଙ୍କ ମନ ପସନ୍ଦର ଏହି ଭୋଗ ଲଗାନ୍ତୁ ପାଇବେ ସୁଫଳ
ଜୀବନରେ ସୁଖ ଶାନ୍ତି ଉନ୍ନତି ପାଇଁ ଲୋକମାନେ ଦେବ ଦେବୀଙ୍କୁ ପୂଜା କରିଥାଆନ୍ତି । ହିନ୍ଦୁ ଶାସ୍ତ୍ରରେ ଅନୁସାରେ ଦେବାଦେବୀଙ୍କ ଅନୁସାରେ ମନ୍ତ୍ର ରହିଛି । ସେହିପରି ଦେବ ଦେବୀଙ୍କ ପାଇଁ ସ୍ୱତନ୍ତ୍ର ପୂଜା ପଦ୍ଧତି ରହିଛି । ଦେବ ଦେବୀଙ୍କ ଅନୁସାରେ ବିଭିନ୍ନ ପ୍ରକାରର ଭୋଗ ରହିଛି । ଦେବା ଦେବୀଙ୍କ ନିକଟରେ ତାଙ୍କ ପସନ୍ଦ ଅନୁସାରେ ଭୋଗ ଲଗାଇଲ ଅଧିକ ସୁଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଭୋଜନ କରିବା ପୂର୍ବରୁ କିଛି ଖାଦ୍ୟ ଭଗବାନଙ୍କ ଉଦେଶ୍ୟରେ ଅର୍ପଣ କରନ୍ତୁ । ଜୀବନରେ ଆସୁଥିବା ସମସ୍ତ ବାଧା ବିଘ୍ନ ଟଳିଯିବ ।
ଗଣେଶଙ୍କ ନିକଟରେ ଲଡୁ କିମ୍ବା ମୋଦକ ପ୍ରସାଦ ଭୋଗ ଲଗାନ୍ତୁ , ଜୀବନର ସୁଖ ଶାନ୍ତି ବୃଦ୍ଧି ପାଇବ ।
କୌଣସି ଦେବୀ କି ଦେବତା ହୁଅନ୍ତୁ ପଞ୍ଚାମୃତ ଲାଗି କଲେ ଅନେକ ସୁଫଳ ମିଳିଥାଏ ।
ଦେବୀଙ୍କୁ ପୂଜା କରିବା ସମୟରେ ଗୁଡ, ମିଶ୍ରି, ମହୁ କିମ୍ବା କ୍ଷୀର ଭୋଗ ଲଗାଇ ପାରିବେ ।
ଲକ୍ଷ୍ମୀଙ୍କ ନିକଟରେ ଖିରି, ନଡିଆ ଭୋଗ ଲଗାଇଲେ ଧନ ବୃଦ୍ଧି ହୋଇଥାଏ ।
ସରସ୍ୱତୀଙ୍କ ନିକଟରେ ଖେଚୁଡି ଭୋଗ ଲଗାଇଲେ ସେ ପ୍ରସନ୍ନ ହୋଇଥାଆନ୍ତି ।
ଶିବ ଲିଙ୍ଗରେ କ୍ଷୀର ଲାଗି କଲେ ସେ ପ୍ରସନ୍ନ ହୋଇ ଥାଆନ୍ତି ।