ଭୂତ ଇନ୍ଦ୍ରଧନୁ ଫଟୋ କ୍ୟାମେରାରେ କଏଦ୍‌ – ଆମେରିକାରେ ଘଟିଛି ଏହି ଘଟଣା

ନ୍ୟୁୟର୍କ- ଆମେରିକାର ଫଟୋଗ୍ରାଫର ଷ୍ଟୁ ବେର୍ମାନ୍‌ ଏକ ଇନ୍ଦ୍ରଧନୁର ଫଟୋ ନିଜ କ୍ୟାମେରାରେ ଇତ୍ତୋଳନ କରିଥିଲେ । ଏହା ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବେଶ୍‌ ଭାଇରାଲ୍‌ ହୋଇଥିଲା । କୁହୁଡି ବା ଫଗ୍‌ ଦ୍ୱାରା ଏହି ଇନ୍ଦ୍ରଧନୁ ହୋଇଥିବା କଥା ବିଭିନ୍ନ ପାଣିପାଗ ବିଶେଷଜ୍ଞ ମତ ଦେଇଛନ୍ତି ।

ଏହି ଇନ୍ଦ୍ରଧନୁକୁ ଅନକେ ଘୋଷ୍ଟ ରେନ୍‌ ବୋ ‘ghost rainbow’ ବା ଭୂତ ଇନ୍ଦ୍ରଧନୁ ବୋଲି ନାମ କରଣ କରିଛନ୍ତି ।

କୁହୁଡି ବିଭିନ୍ନ ସମୟରେ ପ୍ରାକୃତିକ କାରଣ ଯୋଗୁଁ ଏପରି ହୋଇଥାଏ । ଏହା ମଧ୍ୟଦେଇ ସୂର୍ଯ୍ୟ କିରଣ କିମ୍ବା କୌଣସି ଆଲୋକ ଗତି କଲେ ଏହା ମଧ୍ୟରେ ହାଲକା ରଙ୍ଗର କିମ୍ବା ରଙ୍ଗହୀନ ଇନ୍ଦ୍ରଧନୁ ସୃଷ୍ଟି ହୋଇଥାଏ ।

ଷ୍ଟୁ ବେର୍ମାନ୍‌ ଏହି ଫଟୋକୁ ହଜାର ହଜାର ସଂଖ୍ୟାର ଲାଇକ୍‌ ମିଳିବା ସହ ଅନେକ ଏହାକୁ ପ୍ରଶଂସା କରିଛନ୍ତି ।

Comments are closed.