www.samajalive.in
Tuesday, December 9, 2025
26.1 C
Bhubaneswar

ଦୀର୍ଘଦିନ ହେଲା ପୁନରୁଦ୍ଧାର ହେଉନି ମୁଖ୍ୟନାଳ

ଗଞ୍ଜାମ: ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦରେ ରହିଥିବା ମୁଖ୍ୟ ନାଳ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ଦୀର୍ଘ ବର୍ଷ ହେଲା ଏହାର ପୁନରୁଦ୍ଧାର କାର୍ଯ୍ୟ ହେଇପାରୁନାହିଁ। ଫଳରେ ବର୍ତମାନ ବର୍ଷା ଦିନ ଯୋଗୁଁ ଅଧିକ ବର୍ଷା ହେଲେ ସହରରୁ କିଭଳି ବର୍ଷା ଓ ବନ୍ୟା ଜଳ ନିଷ୍କାସନ ହେବ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରଛି।

ସୂଚନା ଅନୁସାରେ, ଗତ ୨୦୧୩ ମସିହାରେ ଫାଇଲିନ ମହାବାତ୍ୟା ପରେ ପରେ ଋଷିକୁଲ୍ୟା ନଦୀରେ ବନ୍ୟା ଆସି ସହରର ବିଭିନ୍ନ ସାହିରେ ପ୍ରବେଶ କରିଥିଲା। ଫଳରେ ବନ୍ୟା ଜଳ ନିଷ୍କାସନ ଦୁଇ ଦିନ ପର୍ଯ୍ୟନ୍ତ ହୋଇପାରି ନଥିଲା। ଯାହାକୁ ନେଇ ଲୋକଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ସେତେବେଳେ ମେସିନ ଲଗାଇ କିଛି ସ୍ଥାନରେ ମୁଖ୍ୟ ନାଳକୁ ସଫା କରିବା ପରେ ଉକ୍ତ ବନ୍ୟା ଜଳ ସହରର ବିଭିନ୍ନ ସାହିରୁ ନିଷ୍କାସିତ ହୋଇଥିଲା। ଏ ସମ୍ପର୍କରେ ଲୋକମାନେ ବିଭିନ୍ନ ସମୟରେ ଅଭିଯୋଗ କରିଥିଲେ ମଧ୍ୟ ତାହା ଫଳପ୍ରଦ ହୋଇନାହିଁ। ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଘୋର ଅସନ୍ତୋଷ ଦେଖାଦେଇଛି। ମୁଖ୍ୟତଃ ଭାବେ ରାଜନୈତିକ ନେତାଙ୍କ ଅପାରଗତା ଓ ପ୍ରଶାସନିକ ଅଧିକାରୀଙ୍କ ଇଚ୍ଛା ଶକ୍ତି ଅଭାବରୁ ଏହି ମୁଖ୍ୟନାଳର ପୁନରୁଦ୍ଧାର ହୋଇପାରୁନାହିଁ ବୋଲି ସହରରେ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

- Advertisement -

ସୂଚନାଯୋଗ୍ୟ ଯେ, ଗଞ୍ଜାମ ସହରରେ କେଉଁ ଆବାହମାନ କାଳରୁ ସହରରେ ରହିଛି ଏହି ମୁଖ୍ୟ ନାଳ। ଯଶୋଦା ମହିଳା ମହାବିଦ୍ୟାଳୟଠାରୁ ଏହା ତ୍ରିବେଣୀ ମଠ ଛକ ପର୍ଯ୍ୟନ୍ତ ଯାଇଛି। ଗତ କିଛି ବର୍ଷ ହେଲା ଏହି ନାଳ ପୁନରୁଦ୍ଧାର ପାଇଁ ଡ୍ରେନେଜ ବିଭାଗକୁ ହସ୍ତାନ୍ତର କରାଯଇଥିଲା ଏବଂ ସେତେବେଳେ ବହୁ ଉଚ୍ଚ ପଦାଧିକାରୀ ମଧ୍ୟ ଏହି ମୁଖ୍ୟ ନାଳର ଅବସ୍ଥା ସମ୍ପର୍କରେ ଆସି ଅନୁଧ୍ୟାନ କରିଥିଲେ। କିନ୍ତୁ ତାପରେ କୌଣସି ପୁନରୁଦ୍ଧାର କାର୍ଯ୍ୟ ହେଲାନାହିଁ। ଏନେଇ ବର୍ତମାନର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ଡ୍ରେନେଜ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇବା ପରେ ସେମାନେ ଆସି ଅନୁଧ୍ୟାନ କରିଯାଇଛନ୍ତି। କିନ୍ତୁ ସେମାନଙ୍କ ତରଫରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ ବୋଲି ସୂଚନା ଦେଇଛନ୍ତି। ଯୁଦ୍ଧକାଳୀନ ଭିତିରେ ଏହାର ପୁନରୁଦ୍ଧାର ହେବା ଦରକାର ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories