BJD Bijuli 480×75 Mob

ପାରାଦ୍ବୀପ ହେବ ଦେଶର ଏକ ନମ୍ବର ବନ୍ଦର : ଗଡ଼କରୀ

BJD Bijuli 480×75 Mob
0

ପାରାଦ୍ବୀପ : ପାରାଦ୍ବୀପ ବନ୍ଦର ଆଗାମୀ ଦିନରେ ଦେଶର ଏକ ନମ୍ବର ବନ୍ଦର ହେବ ବୋଲି କେନ୍ଦ୍ର ଭୁପୃଷ୍ଠ ପରିବହନ ଓ ରାଜପଥ, ଜଳ ସଂପଦ ଏବଂ ଜାହାଜଚଳାଚଳ ମନ୍ତ୍ରୀ ନିତିନ ଗଡ଼କରୀ କହିଛନ୍ତି । ଦିନିକିଆ ଓଡିଶା ଗସ୍ତରେ ଆସି ଶ୍ରୀ ଗଡ଼କରୀ ବୁଧବାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରି ଏହା କହିଛନ୍ତି । ଆଗାମୀ ଦିନରେ ପାରାଦ୍ୱୀପ ବନ୍ଦରରେ ୧ ଲକ୍ଷ କୋଟି ଟଙ୍କା ନିବେଶ ପାଇଁ ଯୋଜନା ରହିଛି ଯେଉଁଥିରେ ୫୦ ହଜାର ଯୁବକଙ୍କକୁ ନିଯୁକ୍ତି ମିଳିବାର ସମ୍ଭାବନା ରହିଛି । ପାରାଦ୍ୱୀପରୁ ରାଜ୍ୟ ବାହାର ଓ ବିଦେଶକୁ କୋଇଲା ଓ ସାମୁଦ୍ରିକ ମାଛ ରତ୍ପାନୀ ହେଉଛି । ୨୦୧୪ରେ ଯେତେବେଳେ କେନ୍ଦ୍ରରେ ବିଜେପି ସରକାର ଆସିଲା ସେତେବେଳେ ବନ୍ଦର ୩୪୦ କୋଟି ଟଙ୍କା ଲାଭ ଓ ୬୮୦ ଲକ୍ଷ ଟନ୍‌ ବ୍ୟବସାୟ ହେଉଥିଲା । ୨୦୧୮-୧୯ରେ ୧୧ ଶହ ଟନ୍‌ର ଦୁଇଗୁଣ ବ୍ୟବସାୟ କରିବ ଏବଂ ୧୭ ଶହ କୋଟି ଟଙ୍କାର ରାଜସ୍ୱ ମିଳିବ ଓ ୭୫୦ କୋଟି ଟଙ୍କାର ଲାଭ ମିଳିବ ହେବ ବୋଲି ଶ୍ରୀ ଗଡ଼କରୀ କହିଛନ୍ତି ।

ଶ୍ରୀ ଗଡ଼କରୀ ମଧ୍ୟ କାମାକ୍ଷାନଗର ଠାରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଛନ୍ତି। ଓଡ଼ିଶାରେ ବିଭିନ୍ନ ରାଜପଥ ପ୍ରକଳ୍ପରେ ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ୨.୫୦ ଲକ୍ଷ କୋଟି ଟଙ୍କାର ଯୋଜନା ରହିଛି । ଏହା ଖୁବଶୀଘ୍ର ଆରମ୍ଭ ହେବ । ଓଡ଼ିଶାରେ ସାଗରମାଳା ଯୋଜନାରେ ୨୦ ହଜାର କୋଟି ଟଙ୍କା ବିନିମୟରେ ୩୪ ପ୍ରକଳ୍ପ ଚୟନ ହୋଇଥିଲା । ସେଥିରୁ ୧୦ କୋଟି ଟଙ୍କା ପ୍ରକଳ୍ପର କାର୍ୟ୍ୟ ଆରମ୍ଭ ହୋଇଯାଇଛି ।

ଆଜି ଅପରାହ୍ନରେ ହୋଟେଲ ମେ’ ଫେୟାରଠାରେ ‘ଭାରତ କେ ମନ୍ କି ବାତ୍, ମୋଦୀ କେ ସାଥ୍’ କାର୍ୟ୍ୟକ୍ରମର ଉଦ୍‌ଘାଟନ ସହ ଏକ ବୁଦ୍ଧିଜୀବୀ ସମ୍ମିଳନୀକୁ ଉଦ୍‌ବୋଧନ ଦେବାର କାର୍ୟ୍ୟକ୍ରମ ରହିଛି।

Leave A Reply