www.samajalive.in
Sunday, December 7, 2025
23.1 C
Bhubaneswar

ଦେଶ ଓ ପରିବାରର ସୁରକ୍ଷା ପାଇଁ ଲଢିବାକୁ ପ୍ରସ୍ତୁତ ତାରା ସିଂ; ସାମ୍ନାକୁ ଆସିଲା ନୂଆ ମୋଶନ ପୋଷ୍ଟର

ମୁମ୍ବଇ: ବଲିଉଡ଼ ଅଭିନେତା ସନି ଦେଓଲ ତାଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଗଦର-୨’କୁ ନେଇ ଚର୍ଚ୍ଚାରେ। ପ୍ରଶଂସକମାନେ ଉତ୍ସାହର ସହିତ ଏହାକୁ ଅପେକ୍ଷା କରିଛନ୍ତି। ଶୁକ୍ରବାର ଫିଲ୍ମର ନୂଆ ମୋଶନ ପୋଷ୍ଟର ରିଲିଜ୍‌ ହୋଇଛି। ଏଥିରେ ସନି ଦେଓଲ ଓ ଅଭିନେତା ଉତ୍କର୍ଷ ଶର୍ମା ଜବରଦସ୍ତ ଲୁକ୍‌ରେ ନଜର ଆସିଛନ୍ତି। ଏଥିସହ ଗୁଳି ଫୁଟିବା ଶବ୍ଦ ମଧ୍ୟ ଶୁଣିବାକୁ ମିଳୁଛି। ନୂଆ ମୋଶନ ପୋଷ୍ଟର ଦେଖି ଅନୁମାନ କରାଯାଇପାରେ ଯେ, ଫିଲ୍ମରେ ଦର୍ଶକ ଜବରଦସ୍ତ ଆକ୍ସନ ଦେଖିବାକୁ ପାଇବେ।

 

View this post on Instagram

 

A post shared by Zee Studios (@zeestudiosofficial)

- Advertisement -

ମୋଶନ ପୋଷ୍ଟରରେ ପ୍ରଥମେ ଏକ ବାର୍ତ୍ତା ଲେଖା ହୋଇଛି, ‘ଜଣେ ପିତାର ଭଲପାଇବା କୌଣସି ବନ୍ଧନ ମାନେନା’। ପୋଷ୍ଟରରେ ସନି ଦେଓଲ ଅଭିନେତା ଉତ୍କର୍ଷ ଶର୍ମାଙ୍କ ହାତ ଧରି ଦୌଡ଼ୁଥିବା ଦେଖିବାକୁ ମିଳିଛି। ବାଲି, ମାଟିର ରାସ୍ତାରେ ବହୁତ ପଥର ମଧ୍ୟ ​‌ଅଛି। ସନି ଦେଓଲଙ୍କ ତୀବ୍ର ରୂପ ଦେଖି ଏହା ଅନୁମାନ କରାଯାଇପାରେ ଯେ, ଚଳଚ୍ଚିତ୍ରରେ ସେ ପଡ଼ୋଶୀ ଦେଶକୁ କଡ଼ା ଜବାବ ଦେଉଥିବା ଦେଖିବାକୁ ମିଳିବ।

ମୋଶନ ପୋଷ୍ଟରକୁ ଆଜି ସନି ଦେଓଲ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ମଧ୍ୟ ଶେୟାର କରିଛନ୍ତି। ଏହା ସହିତ କ୍ୟାପ୍ସନ୍ ଲେଖାଯାଇଛି, ‘ନିଜ ଦେଶ ତଥା ପରିବାରର ସୁରକ୍ଷା ପାଇଁ ପ୍ରତ୍ୟେକ ଆହ୍ବାନର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ତାର ସିଂ! ଏହି ସ୍ୱାଧୀନତା ଦିବସରେ ‘ଗଦର ୨’ ଆସୁଛି ବଡ଼ ପରଦାକୁ। ୧୧ ଅଗଷ୍ଟରୁ ଦେଖନ୍ତୁ ପ୍ରେକ୍ଷାଳୟରେ’। ମୋଶନ ପୋଷ୍ଟର ଦର୍ଶକଙ୍କ ଆଗ୍ରହ ତଥା ଉତ୍କଣ୍ଠାକୁ ଆହୁରି ବଢାଇଦେଇଛି। ଟ୍ରେଲର ଶୀଘ୍ର ରିଲିଜ୍‌ କରିବାକୁ ଦର୍ଶକମାନେ ଦାବି କରିଛନ୍ତି।

 

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories