କର୍ମିଙ୍ଗିଆ ଓ ରାଇପଦା ଅଞ୍ଚଳରେ ୧୮ଟି କିଆ ହାତୀ ପଲ 

ଜି.ଉଦୟଗିରି : ଉତ୍ତର ଘୁମୁସର ବନଖଣ୍ଡରୁ ଗୁରୁବାର ବିଳମ୍ବିତ ରାତ୍ରୀରେ ୧୮ ଟି କିଆ ହାତୀପଲ ଆସି କୁର୍ମିଙ୍ଗିଆ ଅଞ୍ଚଳରେ ଡେରା ପକାଇଛନ୍ତି। ହାତୀପଲ କୁର୍ମିଙ୍ଗିଆ ଅଞ୍ଚଳରେ ଥିବା ନେଇ ସ୍ଥାନୀୟ ଲୋକେ ବନବିଭାଗକୁ ଏ ନେଇ ଖବର ଦେଇଥିଲେ। ବନବିଭାଗ ପକ୍ଷରୁ ବନପାଳ ରଶ୍ମିତା ବକ୍ସି, ବନରକ୍ଷୀ ବିଭୁ ରଞ୍ଜନ ସାମନ୍ତରାୟ ଓ ପାରା ଗାର୍ଡ ଘଟଣା ସ୍ଥଳରେ ପହଞ୍ଚି  ହାତୀପଲର ଗତିବିଧି ଅନୁଧ୍ୟାନ କରିଥିଲେ।
prayash
୧୮ଟି କିଆ ହାତୀପଲ ମଧ୍ୟରେ ୩ଟି ଦନ୍ତା, ୧୦ଟି ମାଇ ହାତୀ, ୫ଟି ହାତୀ ଛୁଆ ଥିବା ଜଣାପଡ଼ିଛି। ଅଞ୍ଚଳବାସୀଙ୍କୁ ଜଙ୍ଗଲାଜାତ ଦ୍ରବ୍ୟ ସଂଗ୍ରହ ପାଇଁ ବାରଣ କରାଯାଇଛି। ତେବେ ରାଇପଦା ସ୍ଥିତ ରାଧାମୋହନ ସାହୁଙ୍କ ବଗିଚାରେ ପଶି କଦଳୀ, ବାଉଁଶ ,ଆମ୍ବ, ଆମ୍ବୃତଭଣ୍ଡା ଆଦି ନଷ୍ଟ କରିଥିବା ଜଣାପଡିଛି । ସେହିପରି ବିକ୍ରମ ପ୍ରଧାନ, ହିରବତୀ ପ୍ରଧାନ, ଅମୀୟ କୁମାର ପ୍ରଧାନ ଓ ଜଗୁ ସାହୁ ପ୍ରମୁଖଙ୍କ ଫସଲ ନଷ୍ଟ କରିଥିବା ଜଣାପଡିଛି।  ଉତ୍ତର ଘୁମୁସର ବନଖଣ୍ଡରେ ମାତ୍ରାଧିକ ଗରମ ଓ ଖାଦ୍ୟ ସନ୍ଧାନ ପାଇଁ ହାତୀପଲ କନ୍ଧମାଳ ମୁହାଁ ହେଇଥିବା ଜଣାପଡ଼ିଛି।

Comments are closed.