ସାଙ୍ଗମାନଙ୍କ ସହ ମୁହୂର୍ତ୍ତକୁ କିପରି କରିବେ ସ୍ମରଣୀୟ…

0

ନୂଆଦିଲ୍ଲୀ : ସାଙ୍ଗମାନଙ୍କ ସହ କାଟିଥିବା ସମୟ ଜୀବନର ଅଭୁଲା ଅନୁଭୂତି ହୋଇରହିଥାଏ। ସାଙ୍ଗମାନେ ହିଁ ମଣିଷର ଚିନ୍ତା, ବିତସ୍ପୃହା ମନୋଭାବ, କ୍ଲାନ୍ତି ଆଦି ଦୂର କରିଥାଆନ୍ତି। ତେବେ ସାଙ୍ଗମାନଙ୍କ ସହିତ ସମୟକଟିବା ଗୁରୁତ୍ୱପୂର୍ଣ୍ଣ ବୋଲି କିଛି ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି। ସମାଜରେ ମଧ୍ୟମ ବର୍ଗର ବ୍ୟକ୍ତିମାନେ ଦେଶ ବାହାରକୁ କିମ୍ବା ରାଜ୍ୟ ବାହାରକୁ ଯାଇ ସେଠାରେ କିଛିଦିନ ରହିବାକୁ ଯୋଜନା କରନ୍ତି ନାହିଁ। କାରଣ ଏହା ବ୍ୟୟବହୁଳ ହୋଇଥାଏ। ତେବେ ଆପଣ ନିଜ ସାଙ୍ଗମାନଙ୍କ ସହ ବିତାଉଥିବା ସମୟକୁ କିପରି ସ୍ମରଣୀୟ କରିପାରିବେ ଆସନ୍ତୁ ଜାଣିବା।
୧. ସାଙ୍ଗମାନଙ୍କ ସହ ଆୟୋଜନ କରୁଥିବା ପାର୍ଟି ମାନଙ୍କରେ ଆପଣ କିଛି ଇଣ୍ଡୋର ଗେମ୍‍ର ଆୟୋଜନ କରିପାରିବେ। ଏହାଦ୍ୱାରା ସେଠାରେ ଥିବା ସମସ୍ତ ସାଙ୍ଗମାନେ ଖୁସି ଓ ଆନନ୍ଦିତ ହେବା ସହ ଏହାର ମଜା ଉଠାଇଥାନ୍ତି। କିଛି ସ୍ନାକ୍ସ ବା ଚଟପଟା ଖାଦ୍ୟ ସାମଗ୍ରୀ ସହ ଆପଣ ଏହି ଖେଳର ମଜା ନେଇପାରିବେ।
୨. ରାତିରେ କିମ୍ବା ଅପରାହ୍ନ ସମୟରେ ସାଙ୍ଗମାନଙ୍କ ସହ ଦୂରଭ୍ରମଣରେ ଯାଇପାରିବେ। ଏହି ଭ୍ରମଣ ଆପଣ ମାନଙ୍କ ମଧ୍ୟରେ ଥିବା ଥକ୍କାପଣ, ଚିନ୍ତା ଏବଂ ମାନସିକ ଅସ୍ଥିରତାରୁ ରକ୍ଷା କରିଥାଏ। ଶୀତ ରାତିରେ ଦୂରଭ୍ରମଣରେ ଯିବା ସମୟରେ ଆପଣ ବାଟରେ ଅଟକି ରହି କିଛି ନିଆଁ ପୋଇ ଶୀତ ରାତିରେ ଏହାର ମଜା ନେଇପାରିବେ।
୩. ସବୁସମୟରେ ଯେ ନାଚ, ଗୀତ ଏବଂ ସୁସ୍ୱାଦୁ ଖାଦ୍ୟ ଦ୍ୱାରା ହିଁ ପାର୍ଟିକୁ ଉପଭୋଗ କରାଯାଏ, ଏହାର କୌଣସି ସତ୍ୟତା ନାହିଁ। କିଛି ସମୟରେ ସାଙ୍ଗମାନେ ସାଥିରେ ଥିଲେ ବି ଅଳସୁଆ ଦ୍ୱାରା କିଛି ବି ଆୟୋଜନ କରାଯାଇନଥାଏ। ଏହି ସମୟରେ ଆପଣମାନେ ବିଭିନ୍ନ ନଦୀମାନଙ୍କୁ ଯାଇ ମାଛଧରିବା ସହ ଗାଧୁଆର ମଧ୍ୟ ଉପଭୋଗ କରିପାରିବେ। ଯାହା ସମ୍ପୁର୍ଣ୍ଣ ଭିନ୍ନ ହୋଇଥାଏ।
୪. ଆକାଶଛତା ଦ୍ୱାରା ସାଙ୍ଗମାନଙ୍କ ସହ ଉଡିବା ସବୁଠାରୁ ଆନନ୍ଦଦାୟକ ହୋଇଥାଏ। ଏହାକିଛି ମାତ୍ରାରେ ବ୍ୟୟବହୁଳ ହୋଇଥାଏ, କିନ୍ତୁ ସମସ୍ତେ ଏହାର ଉପଭୋଗ କରିବାକୁ ପସନ୍ଦ କରିଥାନ୍ତି।
୫. ବିବାହିତ ହୋଇଥିବା ସାଙ୍ଗମାନେ ପୂର୍ବଭଳି ସାଙ୍ଗମାନଙ୍କୁ ଅଧିକ ସମୟ ଦେଇପାରନ୍ତି ନାହିଁ। ତେଣୁ ଆପଣ ବିବାହିତ ସାଙ୍ଗମାନଙ୍କ ସହ ରାତ୍ରିଶୟନର ବ୍ୟବସ୍ଥା କରନ୍ତୁ। ଏହି ସମୟରେ ଆପଣ କିଛି ପୁରୁଣା ଫଟୋ, ଖେଳ, ସୁସ୍ୱାଦୁ ଖାଦ୍ୟର ଆୟୋଜନ ମଧ୍ୟ କରିପାରିବେ।
୬. ସାଙ୍ଗମାନଙ୍କ ମଧ୍ୟରୁ ଯେଉଁମାନେ ବିବାହ କରିବାକୁ ଯାଉଛନ୍ତି ସେମାନଙ୍କ ପାଇଁ ଆପଣ ଏକ ପାର୍ଟିର ଆୟୋଜନ କରିପାରିବେ। ଏହି ପାର୍ଟିରେ ଆପଣ ବିବାହ ସମନ୍ଧୀୟ କିଛି ମଜାଳିଆ ପ୍ରଶ୍ନ ସାଙ୍ଗମାନଙ୍କୁ ପଚାରିପାରିବେ। ଏହାଦ୍ୱାରା ସାଙ୍ଗମାନଙ୍କ ଠାରୁ ବିବାହ ସମନ୍ଧୀୟ କିଛି କଥା ଜାଣିପାରିବେ।
୭. ସାଙ୍ଗମାନଙ୍କ ସହ ଆୟୋଜନ କରାଯାଉଥିବା ବିଭିନ୍ନ ପାର୍ଟି ମାନଙ୍କରେ ଆପଣ ଏକ ପ୍ରକାର ପୋଷାକର ପ୍ରସ୍ତୁତ କରିପାରିବେ। ଏହି ପାର୍ଟିର ଫଟୋ ସ୍ମରଣୀୟ ହୋଇଥାଏ। ଯାହା ସାମାଜିକ ଗଣମାଧ୍ୟମାରେ ଖୁବ ଚର୍ଚ୍ଚା ହୋଇଥାଏ।

Leave A Reply