www.samajalive.in
Monday, December 15, 2025
24.1 C
Bhubaneswar

ଟ୍ରମ୍ପଙ୍କ ଫୋନ କଲ୍‌କୁ ମୋଦୀଙ୍କ ଉପେକ୍ଷା

ବର୍ଲିନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫୋନ କଲ୍‌କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରମ୍ବାର ଉପେକ୍ଷା କରିଥିବା ଜଣାଯାଇଛି। ଜର୍ମାନୀ ସ୍ଥିତ ଖବରକାଗଜ ‘ଫ୍ରାଙ୍କଫର୍ଟର ଆଲଜେମାଇନ୍‌’ ରିପୋର୍ଟ ଅନୁଯାୟୀ ନିକଟରେ ମୋଦୀଙ୍କ ନିକଟକୁ ଟ୍ରମ୍ପ ୪ଥର ଫୋନ କଲ୍ କରିଥିଲେ। ମାତ୍ର ଟ୍ରମ୍ପଙ୍କ ଫୋନ କଲ୍‌କୁ ମୋଦୀ ରିସିଭ୍‌ କରି ନଥିଲେ। ଟ୍ରମ୍ପଙ୍କ ଫୋନ କଲ୍‌କୁ ମୋଦୀ ରିସିଭ୍ ନ କରିବାର କାରଣ ହେଉଛି ତାଙ୍କର କ୍ରୋଧ। କାରଣ ଟ୍ରମ୍ପ ପ୍ରଶାସନ ଭାରତ ଉତ୍ପାଦିତ ସାମଗ୍ରୀ ଉପରେ ୫୦% ଶୁଳ୍କ ଲାଗୁ କରିଛନ୍ତି। ଟ୍ରମ୍ପଙ୍କ ଏହି ଶୁଳ୍କ କଟକଣାକୁ ନେଇ ଦୁଇ ଦେଶର ସମ୍ପର୍କରେ ତିକ୍ତତା ଲାଗି ରହିଛି। ଏପରି କି ଗତ ୨୫ବର୍ଷ ମଧ୍ୟରେ ଦୁଇ ଦେଶର ସମ୍ପର୍କ ସବୁଠାରୁ ତଳକୁ ଖସିଆସିଛି। ମୋଦୀ ଓ ଟ୍ରମ୍ପଙ୍କ ମଧ୍ୟରେ ନିବିଡ ସମ୍ପର୍କ ରହିଥିବାବେଳେ ଏବେ ସମ୍ପର୍କରେ ତିକ୍ତତା ଆସିଛି। ରୁଷ୍ ଠାରୁ ଭାରତ ଅଶୋଧିତ ତୈଳ କ୍ରୟ କରୁଥିବା କାରଣରୁ ଆମେରିକା ନୂଆଦିଲ୍ଲୀ ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରିଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories