www.samajalive.in
Monday, December 8, 2025
20.1 C
Bhubaneswar

ବିହାର ଏସ୍‍ଆଇଆର ବିବାଦ: ୫ଟି ପ୍ରସଙ୍ଗରେ ଜନମତ ଲୋଡ଼ିଲେ ଇସି

ନୂଆଦିଲ୍ଲୀ: ବିହାର ଭୋଟର ତାଲିକା ସ୍ବତନ୍ତ୍ର ସମୀକ୍ଷା କାର୍ଯ୍ୟ (ଏସ୍‌ଆଇଆର)କୁ ନେଇ ଲାଗି ରହିଥିବା ବିବାଦ ପରିପ୍ରେକ୍ଷୀରେ ଭାରତର ନିର୍ବାଚନ ଆୟୋଗ (ଇସି) ସାଧାରଣ ଜନତାଙ୍କ ଠାରୁ ମତ ଲୋଡିଛନ୍ତି। ଏସଆଇଆରକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ମୁହଁାମୁହିଁ ପରିସ୍ଥିତି ଲାଗି ରହିଛି। ଏପରି କି ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ମଧ୍ୟ ହସ୍ତକ୍ଷେପ କରିଛନ୍ତି। ଏସଆଇଆର ପ୍ରସଙ୍ଗକୁ ନେଇ କେତେକ ନାଗରିକ ମଧ୍ୟ ଅସନ୍ତୁଷ୍ଟ ରହିଛନ୍ତି। ଅସନ୍ତୁଷ୍ଟ ନାଗରିକଙ୍କ ମନରୁ ଦ୍ବନ୍ଦ୍ବ ଦୂର କରିବା ଲାଗି ଇସି ୫ଟି ପ୍ରସଙ୍ଗରେ ଜନମତ ଲୋଡିଛନ୍ତି। ଇସି ଯେଉଁ ୫ଟି ପ୍ରସଙ୍ଗରେ ଜନମତ ଲୋଡିଛନ୍ତି ସେଗୁଡିକ ହେଲା ୧- ଭୋଟର ତାଲିକା ବ୍ୟାପକ ଭାବରେ ଯାଞ୍ଚ କରାଯିବା ଉଚିତ୍ କି ନାହିଁ? ୨- ମୃତ ଭୋଟରଙ୍କ ନାମକୁ ତାଲିକାରୁ ବାଦ୍ ଦିଆଯିବା ଉଚିତ୍ କି ନାହିଁ? ୩- ଅନ୍ୟ ସ୍ଥାନରେ ଯେଉଁ ଭୋଟରମାନେ ନାମ ପଞ୍ଜୀକରଣ କରିଛନ୍ତି ସେମାନଙ୍କୁ ପ୍ରଥମ ତାଲିକାରୁ ବାଦ୍ ଦିଆଯିବ କି ନାହିଁ? ୪-ଯେଉଁ ଭୋଟରମାନେ ବିହାର ରାଜ୍ୟ ଛାଡି ଅନ୍ୟ ରାଜ୍ୟରେ ସ୍ଥାୟୀ ବସବାସ କରୁଛନ୍ତି ସେମାନଙ୍କୁ ଭୋଟର ତାଲିକାରୁ ବାଦ୍ ଦିଆଯିବ କି ନାହିଁ? ୫-ବିଦେଶୀ ନାଗରିକ ଓ ଅନୁପ୍ରବେଶକାରୀଙ୍କୁ ମତଦାନ ଅଧିକାରରୁ ବଞ୍ଚିତ କରାଯିବ କି ନାହିଁ?

ନିର୍ବାଚନ ଆୟୋଗଙ୍କ ଏହି ପ୍ରଶ୍ନଗୁଡିକ ଉପରେ ସାଧାରଣ ଜନତା ମତାମତ ଲୋଡିବା ପୂର୍ବକ ଏକ ସର୍ଭେ କରିବେ। ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡିକରେ ଏହି ସର୍ଭେ ବେସରକାରୀ ଭାବେ କରାଯିବ। ବିହାର ଏସଆଇଆର ପ୍ରସଙ୍ଗକୁ ନେଇ ବିରୋଧୀ ଦଳଗୁଡିକ ନିର୍ବାଚନ ଆୟୋଗଙ୍କୁ ନିଶାଣ କରିଛନ୍ତି। ବିରୋଧୀ ଦଳଗୁଡିକ ଅଭିଯୋଗ କରୁଛନ୍ତି ଯେ ନିର୍ବାଚନ ଆୟୋଗ ବିଜେପି ସହିତ ମିଶି ଭୋଟ ଜାଲିଆତି କରିବାରେ ଲାଗିଛନ୍ତି। ଅନ୍ୟପଟେ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବା ପୂର୍ବକ ବିହାର ଏସଆଇଆରରେ ବାଦ୍ ପଡିଥିବା ଭୋଟରଙ୍କୁ ସାମିଲ କରିବା ଲାଗି ସେମାନଙ୍କ ଆଧାର କାର୍ଡକୁ ପରିଚୟ ପତ୍ର ଭାବେ ଗ୍ରହଣ କରିବାକୁ ଇସିଙ୍କୁ ନିର୍ଦେଶ ଦେଇଛନ୍ତି। ମାତ୍ର ଇସି ଭୋଟର କାର୍ଡକୁ ନାଗରିକତ୍ବର ପରିଚୟ ପତ୍ର ଭାବେ ଗ୍ରହଣ କରିବାକୁ ମନା କରିଛନ୍ତି। ଇସି କହିଛନ୍ତି ଯେ ଅନେକ ବିଦେଶୀ ନାଗରିକ ଜାଲ୍ ଆଧାର କାର୍ଡ ହାସଲ କରିବାରେ ସଫଳ ହୋଇଛନ୍ତି। ତେଣୁ ସେମାନଙ୍କୁ ଭୋଟର ତାଲିକାରେ ସାମିଲ କରାଯିବା ଠିକ୍ ନୁହେଁ। ବିହାର ଏସଆଇଆରକୁ ନେଇ କଂଗ୍ରେସ ଦଳ ଏବେ ରାଜ୍ୟରେ ଭୋଟର ଅଧିକାର ଯାତ୍ରା ଚଳାଇଛି। ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଏହି ଯାତ୍ରା ଚାଲିଛି। ବିହାର ଏସଆଇଆର ପରେ ପ୍ରାୟ ୬୫ଲକ୍ଷ ଭୋଟର ଚିଠା ତାଲିକାରୁ ବାଦ୍ ପଡିଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories