www.samajalive.in
Tuesday, December 9, 2025
16.1 C
Bhubaneswar

ବେଗୁନିଆ ପ୍ରତି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଅବଦାନ ଅତୁଳନୀୟ

ବେଗୁନିଆ: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ରାଜ୍ୟପାଳ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ କର୍ମଭୂମି ବେଗୁନିଆ ପ୍ରତି ଅବଦାନ ଅତୁଳନୀୟ ବୋଲି ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୯୪ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବକ୍ତାମାନେ ମତପ୍ରକାଶ କରିଛନ୍ତି l

 

- Advertisement -

ରବିବାର ସ୍ଥାନୀୟ ଆଦର୍ଶ କ୍ଲବ ସଭା ଗୃହରେ ବେଗୁନିଆ ଜାନକୀ ବଲ୍ଲଭ ସ୍ମୃତି ସଂସଦ ଆନୁକୂଲ୍ୟରେ ଆୟୋଜିତ ସଭାରେ ଅନୁଷ୍ଠାନର ସଭାପତି ତଥା ପୂର୍ବତନ ସରପଞ୍ଚ ନବ କିଶୋର ସ୍ବାଇଁ ପୌରୋହିତ୍ୟ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ସ୍ୱର୍ଗତ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ମଲ୍ୟାର୍ପଣ ପରେ ଶିକ୍ଷୟିତ୍ରୀ ପାତିମା ପଧାନ ସ୍ବର୍ଗତ ଜlନକୀଙ୍କ ଉଦ୍ଦେଶ୍ୟରେ ସ୍ୱରଚିତ ଶ୍ରଦ୍ଧାଞ୍ଜଳି ସଙ୍ଗୀତ ଗାନ କରିଥିଲେ। ସଭାରେ ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରବୀନ୍ଦ୍ର ନାଥ ପାଣିଗ୍ରାହୀ ଓ ସମାଜସେବୀ ପ୍ରଦୀପ କୁମାର ସାହୁ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ପୂର୍ବତନ ସରପଞ୍ଚ ହାଡୁବନ୍ଧୁ ମହାପାତ୍ର, ନାଏବ ସରପଞ୍ଚ ପ୍ରସନ୍ନ ବାରିକ, ସମାଜସେବୀ ମଧୁସୂଦନ ସୁବୁଦ୍ଧି, ବଂଶୀଧର ପଣ୍ଡା, ଓମ ପ୍ରକାଶ ବାହୁଳେନ୍ଦ୍ର, ପ୍ରଶାନ୍ତ ବେହେରା, ସରୋଜ କୁମାର ପଳ, ସୁରେନ୍ଦ୍ର କୁମାର ପାଲଟାସିଂହ, ସଲମନ ହୁସେନ, ଅଜୟକୁମାର ରଥ ଓ ଭ୍ରମର ଦାସଙ୍କ ସହ ବହୁ ଜାନକୀପ୍ରେମୀ ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ। ଶେଷରେ ସମାଜସେବୀ ଲକ୍ଷ୍ମୀକାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories