www.samajalive.in
Tuesday, December 9, 2025
15.1 C
Bhubaneswar

ମାନସିକ ଚାପକୁ ନିୟନ୍ତ୍ରଣ କରିଥାଏ ଏହି ଖାଦ୍ୟ

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଅଧିକ ମାନସିକ ଚାପ ଜନିତ ରୋଗ ଦେଖାଯାଉଛି। ଖାଦ୍ୟପାନୀୟ ପ୍ରତି ଅବହେଳା କାରଣରୁ ଏଭଳିି ସମସ୍ୟା ହୋଇଥାଏ ବୋଲି ବିଶେଷଜ୍ଞ ମତ ଦିଅନ୍ତି। ଏଥିରୁ ନିଜକୁ ରକ୍ଷା କରିବା ପାଇଁ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବା ସହ ଖାଦ୍ୟପାନୀୟ ପ୍ରତି ସତର୍କତା ଅବଲମ୍ବନ କରିବା ନିତ୍ୟନ୍ତ ଜରୁରୀ ଅଟେ। ଏସବୁ ଦିଗ ପ୍ରତି ଧ୍ୟାନ ଦେଲେ ମାନସିକ ଚାପ ଦୂର ହେବା ସହ ଶରୀର ସୁସ୍ଥ ରହିଥାଏ। ତେବେ ଆସନ୍ତୁ ଜାଣିବା କେଉଁ ସମୟରେ କେଉଁ ଖାଦ୍ୟ ଖାଇଲେ ଶରୀର ପାଇଁ ଲାଭ ଦାୟକ ହେବା ସହ ଏଭଳି ରୋଗ ଆଶଙ୍କା କମ୍‍ ରହିଥାଏ।
ସକାଳ ଜଳଖିଆ –
ସକାଳ ଜଳଖିଆରେ ଅଟା, ପାଉଁରୁଟି,ଆଳୁ ଜାତୀୟ ଖାଦ୍ୟ ଖାଇବା ଉଚିତ। ଏଥିରେ ଥିବା କାର୍ବୋହାଇଡ଼୍ରେଟ୍‍ ଶରୀରକୁ ପୋଷକତତ୍ତ୍ୱ ଯୋଗାଇଥାଏ।
ଭୋଜନରେ ଅମୃତଭଣ୍ଡା, କଖାରୁ, ଗାଜର, ବ୍ରୋକୋଲି, କମଳା ଆଦି ଫଳ ଓ ପନିପରିବାରେ ଖାଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ। ଏହି ସମସ୍ତ ଖାଦ୍ୟକୁ ନିୟମିତ ଖାଇବା ଦ୍ୱାରା ଏହା ମାନସିକ ଚାପକୁ ନିୟନ୍ତ୍ରଣ କରିଥାଏ।
ନିୟମିତ ସନ୍ଧ୍ୟାରେ କିମ୍ବା ରାତିରେ କ୍ଷୀର ପିଇବା ଆବଶ୍ୟକ।
ଫାଷ୍ଟଫୁଡ଼ ଜାତୀୟ ଖାଦ୍ୟ କମ ଖାଇବା ଆବଶ୍ୟକ।
ଚା’, କଫି ମୃଦୁପାନୀୟ, ଚକୋଲେଟ, କେକ ଆଦି ଖାଦ୍ୟଠାରୁ ନିଜକୁ ଦୂରେଇ ରଖନ୍ତୁ।
ବିଶେଷ କରି ଚା’ ଓ କଫି ଦିନକୁ ୨ରୁ ୪ଥର ପିଇବା ଦ୍ୱାରା ଅଧିକ ମାନସିକ ଚାପ ବଢିଥାଏ।
ମାନସିକ ଚାପ କମିବା ନିହାତି ଆବଶ୍ୟକ କାରଣ ମାନସିକ ଚାପ ଯୋଗୁ ହିଁ ରକ୍ତଚାପ ସମସ୍ୟା ଆରମ୍ଭ ହୋଇଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories