www.samajalive.in
Saturday, December 13, 2025
27.1 C
Bhubaneswar

ଚିଙ୍ଗୁଡ଼ି କଟଲେଟ

ଆବଶ୍ୟକ ସାମଗ୍ରୀ
ଚିଙ୍ଗୁଡ଼ି – ୫ଟି
ଅଣ୍ଡା – ୨ଟି
ବେସନ – ୧କପ
ପାଉରୁଟିର ମାଟିଆ ଭାଗ (ପେଷା)– ୧କପ
ରସୁଣ ବଟା – ୨ଚାମଚ
ପିଆଜ ବଟା – ୨ ଚାମଚ
ଲଙ୍କା ଗୁଣ୍ଡ – ୧ ଚାମଚ
ହଳଦୀ ଗୁଣ୍ଡ – ଅଳ୍ପ
ଗରମ ମସଲା – ୧ଚାମଚ
ଲୁଣ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିଙ୍ଗୁଡ଼ିକୁ ଭଲ ଭାବରେ ଧୋଇ ଏକ ପାତ୍ରରେ ସାମାନ୍ୟ ହଳଦୀ ପକାଇ ରଖନ୍ତୁ। ଏବେ ଏକ ପାତ୍ରରେ ଅଣ୍ଡାକୁ ଭାଙ୍ଗି ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏଥିରେ ରସୁଣ ବଟା, ପିଆଜ ବଟା, ଲଙ୍କା ଗୁଣ୍ଡ, ଗରମ ମସଲା, ହଳଦୀ ଗୁଣ୍ଡ, ଲୁଣ ପକାଇ ଭଲ ଭାବେ ଗୋଳାଇ ରଖନ୍ତୁ। ଏବେ ଏହି ମିଶ୍ରଣରେ ଚିଙ୍ଗୁଡ଼ି ପକାଇ ୩୦ ମିନିଟ ପର୍ଯ୍ୟନ୍ତ ଫ୍ରିଜରେ ରଖନ୍ତୁ। ଏବେ ଆଉ ଏକ ପାତ୍ରରେ ବେସନ ଓ ପାଉରୁଟିର ମାଟିଆ ଭାଗକୁ ମିଶାଇ ରଖନ୍ତୁ। ଏବେ ଫ୍ରିଜରେ ରଖିଥିବା ଚିଙ୍ଗୁଡ଼ିକୁ କାଢି ବେସନ ଓ ପାଉରୁଟିର ମିଶ୍ରଣରେ ଗୋଟିଏ ଗୋଟିଏ କରି ଚିଙ୍ଗୁଡ଼ିକୁ ବୁଡ଼ାଇ ଅନ୍ୟ ଏକ ପାତ୍ରରେ ପୁଣି ଫ୍ରିଜରେ ୫ ମିନିଟ ରଖନ୍ତୁ। ଏବେ ଗ୍ୟାସରେ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଫ୍ରିଜରେ ରଖିଥିବା ଚିଙ୍ଗୁଡ଼ିକୁ ବାହାରକୁ କାଢି ତେଲରେ ଭଲ ଭାବେ ଛାଣି ଦିଅନ୍ତୁ। ଏବେ ଏକ ପାତ୍ରକୁ କାଢନ୍ତୁ ଓ ଗରମାଗରମ ଖାଆନ୍ତୁ ଚିଙ୍ଗୁଡ଼ି କଟଲେଟ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories