www.samajalive.in
Saturday, December 13, 2025
26.1 C
Bhubaneswar

ଅନିଲ ଅମ୍ବାନୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା; ଏରିକ୍ସନକୁ ୪୫୩ କୋଟି ନ ଦେଲେ ୩ ମାସ ଜେଲ ଯିବେ

ନୂଆଦିଲ୍ଲୀ: ବିଶିଷ୍ଟ ଉଦ୍ୟୋଗବିତ୍‌ ଅନିଲ ଅମ୍ବାନୀ ଅଦାଲତ ଅବମାନନା କରିଥିବାରୁ ସୁପ୍ରିମକୋର୍ଟ ତାଙ୍କୁ ଭର୍ତ୍ସନା କରିଛନ୍ତି। ରିଲାଏନ୍ସ କମ୍ୟୁନିକେଶନ ଏବଂ ଏରିକ୍ସନ କମ୍ପାନୀ ମଧ୍ୟରେ ଉପୁଜିଥିବା ବିବାଦକୁ ନେଇ ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଥିଲା। ଏରିକ୍ସନ କର୍ତ୍ତୃପକ୍ଷ ଅନିଲ ଏବଂ ତାଙ୍କର କେତେଜଣ ସହଯୋଗୀଙ୍କ ନାଁରେ ମାମଲା ରୁଜୁ କରିଥିଲେ। ରିଲାଏନ୍ସ କମ୍ୟୁନିକେଶନ ଏରିକ୍ସନ କମ୍ପାନୀର ୪୫୩ କୋଟି ଟଙ୍କା ବାକି ରଖିଛି। କମ୍ପାନୀ ଟଙ୍କା ଫେରସ୍ତ କରୁ ନ ଥିବାବେଳେ ରାଫେଲ ଡିଲରେ ହଜାର ହଜାର କୋଟି ଟଙ୍କା ନିବେଶ କରୁଥିବା ଏରିକ୍ସନ ପକ୍ଷରୁ ସୁପ୍ରିମକୋର୍ଟରେ ଅଭିଯୋଗ କରାଯାଇଥିଲା। ଏହି ମାମଲାରେ ଅନିଲଙ୍କ ରିଲାଏନ୍ସ କମ୍ୟୁନିକେଶନ ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇ ୪୫୩ କୋଟି ଟଙ୍କା ଏରିକ୍ସନକୁ ଫେରସ୍ତ କରିବ ବୋଲି କୁହାଯାଇଥିଲା। କିନ୍ତୁ ନିର୍ଦ୍ଧାରିତ ସମୟରେ ଟଙ୍କା ଦେଇ ନ ଥିବାରୁ ଅନିଲ ମିଥ୍ୟା ସତ୍ୟପାଠ ଦାଖଲ କରି କୋର୍ଟଙ୍କୁ ଅବମାନନା କରିଥିବା ସୁପ୍ରିମକୋର୍ଟ କହିଛନ୍ତି। ସତ୍ୟପାଠ ଅନୁଯାୟୀ ଟଙ୍କା ନ ଦେଲେ ଅନିଲଙ୍କୁ ୩ମାସ ଜେଲ ଯିବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟଙ୍କ ପକ୍ଷରୁ କୁହାଯାଇଛି।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories