www.samajalive.in
Thursday, December 11, 2025
18.1 C
Bhubaneswar

ବେଙ୍ଗାଲୁରୁରେ ଏରୋ ଇଣ୍ଡିଆ ଶୋ’ ଆରମ୍ଭ; ବିଭିନ୍ନ ଦେଶର ଯୁଦ୍ଧ କୌଶଳ ପ୍ରଦର୍ଶନ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ୟେଲହାଙ୍କା ବିମାନଘାଟିରେ ବୁଧବାରଠାରୁ ଏରୋ ଇଣ୍ଡିଆ ଶୋ’ ଆରମ୍ଭ ହୋଇଛି। ଏଥିରେ ବିଭିନ୍ନ ଦେଶରୁ ବାୟୁସେନାର ବହୁ ଲଢ଼ୁଆ ଯୁଦ୍ଧ ବିମାନ ସାମିଲ ହୋଇ କଳାକୌଶଳ ପ୍ରଦର୍ଶନ କରୁଛନ୍ତି। ଏହି ଶୋ’ ୪ଦିନ ଧରି ଚାଲିବ। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀଥାରମଣ ଏଥିରେ ଯୋଗଦେଇ ଶୋ’କୁ ଉଦଘାଟନ କରିଛନ୍ତି। ଶୋ’ ଅବସରରେ ଏକ ରାଉଣ୍ଡ ଟେବୁଲ ବୈଠକ କରାଯିବ। ସେହିପରି ଡ୍ରୋନ ଅଲିମ୍ପିକ୍ସ, ଷ୍ଟାର୍ଟଅପ ମନ୍ଥନ ପ୍ରଦର୍ଶନୀର ମୁଖ୍ୟ ଆକର୍ଷଣ ରହିବ।

ତେଜସ ଯୁଦ୍ଧ ବିମାନ ବ୍ୟତୀତ ଏଚଏଚଟି-୪୦(ବେସିକ ଟ୍ରେନର ଏୟାରକ୍ରାଫ୍ଟ), ହକ୍‌ ଏମକେ ୧୩୨(ହକ-ଆଇ), ସିଭିଲ ଡିଓ-୨୨୮, ଲାଇଟ ହେଲିକପ୍ଟର, ଲାଇଟ ୟୁଟିଲିଟି ହେଲିକପ୍ଟର, ଲାଇଟ କମ୍ବାଟ ହେଲିକପ୍ଟର ଆଦି ୬୧ଟି ଯୁଦ୍ଧ ବିମାନ ଶୋ’ରେ ଭାଗନେଇଛନ୍ତି। ଆକାଶରେ ଯୁଦ୍ଧ ବିମାନଗୁଡ଼ିକର କଳାକୌଶଳ ଅତ୍ୟନ୍ତ ଆକର୍ଷଣୀୟ ଥିଲାବେଳେ ଦର୍ଶକମାନେ ଏହାର ଭରପୂର ମଜା ଉଠାଉଛନ୍ତି। ଏହି ଶୋ’ ଏସିଆ ମହାଦେଶର ସବୁଠାରୁ ବଡ଼ ଶୋ’ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ମଙ୍ଗଳବାର ଅଭ୍ୟାସ ବେଳେ ମଝି ଆକାଶରେ ୨ଟି ସୂର୍ଯ୍ୟକିରଣ ବିମାନ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ପାଇଲଙ୍କ ମୃତ୍ୟୁ ଘଟିଥିଲା।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories