ଅସୁସ୍ଥ ବେଳେ ଏହି ଖାଦ୍ୟଠାରୁ ଦୂରେଇ ରୁହନ୍ତୁ !
ଜ୍ବର, ମୁଣ୍ଡବିନ୍ଧା, କାଶ, ଥଣ୍ଡା କିମ୍ବା ପେଟ ସମସ୍ୟା ଯେ କୌଣସି ରୋଗରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ବିଶେଷଜ୍ଞଦଳଙ୍କ ଅନୁସନ୍ଧାନରୁ କେତେକ ତଥ୍ୟ ସୁସ୍ପଷ୍ଟ ହୋଇଛି। ଶରୀର ଅସୁସ୍ଥ ଥିଲେ କେଉଁ ଖାଦ୍ୟ ନ ଖାଇବେ, ଏନେଇ ଏକ ତାଲିକା ପ୍ରସ୍ତୁତ କରାଯାଇଛି।
ମିଠା ଖାଦ୍ୟଠାରୁ ଯଥାସମ୍ଭବ ଦୂରେଇ ରହିବା ଉଚିତ। ଶରୀର ଅସୁସ୍ଥ ଥିବାବେଳେ ଅଧିକ ମିଠା ଖାଇଲେ ତାହା ବିଷ କ୍ରିୟା ସୃଷ୍ଟି କରେ। ଏହା ସହ ମିଠା ଖାଇଲେ ଅଧିକ କ୍ଳାନ୍ତ ଲାଗୁଥିବାର ପରୀକ୍ଷାରୁ ପ୍ରକାଶ।
ମୃଦୁପାନୀୟଠାରୁ ମଧ୍ୟ ଦୂରେଇ ରୁହନ୍ତୁ। ଏଥିରେ ବିଭିନ୍ନ ପ୍ରକାର ରାସାୟନିକ ତତ୍ତ୍ବ ମିଶିଥାଏ। ଏହି କାରଣରୁ ଶରୀର ଅଧିକ ଅସୁସ୍ଥ ହୋଇଥାଏ।
ବିଶେଷଜ୍ଞଙ୍କ ମତରେ ଅସୁସ୍ଥ ଥିବା ସମୟରେ ଅମ୍ଳ ଥିବା ଖାଦ୍ୟ ଓ ପାନୀୟଠାରୁ ମଧ୍ୟ ଦୂରେଇ ରହନ୍ତୁ। ଏହା କାରଣରୁ ମଧ୍ୟ ସ୍ବାସ୍ଥ୍ୟ ହାନି ହେଉଥିବାର ପ୍ରକାଶ।