www.samajalive.in
Sunday, December 7, 2025
14.1 C
Bhubaneswar

ପୂଜାରେ ଫୁଲର ମହତ୍ତ୍ୱ

ଫୁଲ ଆମ ଶ୍ରଦ୍ଧା ଓ ଭାବନାର ପ୍ରତୀକ ହୋଇଥାଏ। ଏହାର ସୁନ୍ଦରତା ଓ ସୁଗନ୍ଧ ମାନସିକ ସ୍ଥିତିକୁ ମଧ୍ୟ ପରିବର୍ତ୍ତନ କରିପାରେ। ପୂଜାରେ ଏହା ଏକ ମହତ୍ତ୍ୱପୂର୍ଣ୍ଣ ସାମଗ୍ରୀ ଭାବେ ବ୍ୟବହୃତ ହୋଇଥାଏ। ବିଶ୍ୱାସ ରହିଛି ଯେ ପୂଜାରେ ଫୁଲ ଅର୍ପଣ କରିବା ଦ୍ୱାରା ଈଶ୍ୱରଙ୍କ କୃପା ବହୁତ ଶୀଘ୍ର ପ୍ରାପ୍ତ ହୋଇଥାଏ। ଫୁଲର ଭିନ୍ନ ଭିନ୍ନ ରଙ୍ଗ ଓ ସୁଗନ୍ଧ ଭିନ୍ନ ପ୍ରଭାବ ସୃଷ୍ଟି କରିଥାଏ। ତେବେ ପୂଜାରେ ସଠିକ୍‍ ରଙ୍ଗର ଫୁଲ ସଠିକ୍‍ ଉପାୟରେ ଅର୍ପଣ କରାଗଲେ ଜୀବନରେ ଦେଖା ଦେଉଥିବା ସମସ୍ୟାଗୁଡ଼ିକୁ ଦୂର କରାଯାଇ ପାରିବ। ତେବେ ଚାଲନ୍ତୁ ଜାଣିବା ପୂଜା ଉପାସନାରେ ଭିନ୍ନ ଭିନ୍ନ ଫୁଲର ଭିନ୍ନ ବ୍ୟବହାର ଦ୍ୱାରା କପରି ଦୂର ହେବ ସମସ୍ୟା –

– ଭଗବାନ ବିଷ୍ଣୁଙ୍କୁ ନିୟମିତ ହଳଦିଆ ରଙ୍ଗର ଗେଣ୍ଡୁ ଫୁଲ ମାଳ ଚଢାନ୍ତୁ। ଏହାଦ୍ୱାରା ସନ୍ତାନ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିବ।
– ମା’ଲକ୍ଷ୍ମୀଙ୍କୁ ନିୟମିତ ଗୋଲାପ ଫୁଲ ଅର୍ପଣ କରିବା ଦ୍ୱାରା ଆର୍ôଥକ ସ୍ଥିତି ଭଲ ରହିଥାଏ।
– ଯେକୌଣସି ଏକାଦଶୀରେ କୃଷ୍ଣ ଭଗବାନଙ୍କୁ ଦୁଇଟି ପଦ୍ମ ଫୁଲ ଅର୍ପଣ କରନ୍ତୁ। ଆପଣଙ୍କ ସନ୍ତାନ ପ୍ରାପ୍ତିର ଆଶା ପୂର୍ଣ୍ଣ ହେବ।
– ୨୭ଦିନ ଲଗାତର ଗୋଟିଏ ଲେଖାଏଁ ପଦ୍ମ ଫୁଲ ମା’ଲକ୍ଷ୍ମୀଙ୍କୁ ଅର୍ପଣ କଲେ ଅଖଣ୍ଡ ରାଜ୍ୟ ସୁଖ ପ୍ରାପ୍ତି ହୋଇଥାଏ।
– ନିୟମିତ କୌଣସି ଦେବୀ ମା’ଙ୍କୁ ମନ୍ଦାର ଫୁଲ ଅର୍ପଣ କରିବା ଦ୍ୱାରା ଶତ୍ରୁ ଓ ବିରୋଧିଙ୍କ ଠାରୁ ମୁକ୍ତି ମିଳିଥାଏ।
– ସୂର୍ଯ୍ୟଙ୍କୁ ମନ୍ଦାର ଫୁଲ ପକାଇ ଜଳ ଅର୍ପଣ କରିବା ଦ୍ୱାରା ନାମ ଓ ଯଶ ମିଳିଥାଏ।
– ଚନ୍ଦ୍ରମାଙ୍କୁ ଧଳା ଫୁଲ ପକାଇ ଜଳ ଅର୍ପଣ କରିବା ଉଚିତ୍‍।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories