www.samajalive.in
Monday, December 15, 2025
24.1 C
Bhubaneswar

ଜଳ ସଞ୍ଚୟ ସହିତ ଫସଲ ଅମଳ ବୃଦ୍ଧିରେ ସହାୟକ ହେଉଛି ଫ୍ଲେକ୍ସି ସ୍ପ୍ରିଙ୍କଲର

ମୁମ୍ବଇ/ଭୁବନେଶ୍ୱର: ଚାଷଜମିରେ ଜଳ ଅପଚୟକୁ ରୋକିବା ସହିତ ଫସଲ ପାଇଁ ସମାନ ଭାବରେ ଜଳ ଯୋଗାଇବା ଏବଂ ଅମଳ ବୃଦ୍ଧି କରିବା କ୍ଷେତ୍ରରେ ଫ୍ଲେକ୍ସି ସ୍ପ୍ରିଙ୍କଲର ବିଶେଷ ସହାୟକ ହୋଇପାରୁଛି । ଏଭଳି ସିଞ୍ଚନ ଜଳସେଚନ ଯୋଗୁଁ ମୃତ୍ତିକା କ୍ଷୟ ସହିତ ମୃତ୍ତିକାର ଉର୍ବର ଅଂଶକୁ ମଧ୍ୟ ବଜାୟ ରଖାଯାଇପାରୁଛି । କୃଷକଙ୍କର ଏହି ଆବଶ୍ୟକତକୁ ଦୃଷ୍ଟିରେ ରଖି ନେଟାଫିମ୍‍ ଇଣ୍ଡିଆ ଏହି ଫ୍ଲେକ୍ସି ସ୍ପ୍ରିଙ୍କଲର କିଟ୍‍ ଉନ୍ମୋଚନ କରିଛି । ଫ୍ଲେକ୍ସି ସ୍ପ୍ରିଙ୍କଲର କିଟ୍‍ ପ୍ରଚଳନ ସହିତ କମ୍ପାନୀ ୨୦୨୨ ସୁଦ୍ଧା ସମଗ୍ର ଭାରତର ୧୫,୦୦୦ ହେକ୍ଟର ଚାଷଜମିକୁ ଏହି ବ୍ୟବସ୍ଥାର ପରିସରଭୁକ୍ତ କରିବା ଏବଂ ୧୫,୦୦୦ ଚାଷୀଙ୍କ ନିକଟରେ ପହଞ୍ଚିବା ଲକ୍ଷ୍ୟ ରଖିଛି । ଓଡ଼ିଶାରେ କମ୍ପାନୀ ଅତିରିକ୍ତ ୫% କୃଷକ ସମୁଦାୟଙ୍କ ନିକଟରେ ପହଞ୍ଚିବା ସହିତ ୫୦୦ ହେକ୍ଟର ଚାଷଜମିକୁ ପରିସରଭୁକ୍ତ କରିବାର ଆଗ୍ରହ ରଖିଛି । ଏହି ସ୍ପ୍ରିଙ୍କଲରକୁ ପନିପରିବା ଏବଂ ଗହମ, ବାଜରା, ଜୋଆର, ସୋୟାବିନ, ଚିନାବାଦାମ ଆଦି ଅନେକ କ୍ଷେତରେ ହେଉଥିବା ଫସଲ ପାଇଁ ବ୍ୟବହାର କରାଯାଇପାରିବ । ଏହାକୁ ଜମିରେ ଖଞ୍ଜିବା ଏବଂ ଜଳସେଚନ ପରେ କାଢିବା ମଧ୍ୟ ଅତି ସହଜ । ଅତି ଉଜ୍ଜ୍ୱଳ ବାଇଗଣୀ ରଶ୍ମି ପ୍ରତିରୋଧୀ ଏବଂ ସମସ୍ତ ପ୍ରକାର ଜଳବାୟୁ ପରିସ୍ଥିତିକୁ ସହ୍ୟ କରିପାରୁଥିବା ଉପାଦାନରୁ ପ୍ରସ୍ତୁତ ଏହି କିଟ୍‍ ତାହାର ଜୀବଦ୍ଦଶା ମଧ୍ୟରେ ସମସ୍ୟା ମୁକ୍ତ କାର୍ଯ୍ୟକାରିତା ସୁନିଶ୍ଚିତ କରିଥାଏ ଏବଂ ଏହାକୁ ଦୀର୍ଘସ୍ଥାୟୀ କରିଥାଏ ।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories