www.samajalive.in
Sunday, December 7, 2025
23.1 C
Bhubaneswar

ଭାରତରେ ଦୀର୍ଘାବଧି ଇକ୍‌ମୋ ଚିକିତ୍ସାରେ ଥିବା ବ୍ୟକ୍ତି ସୁସ୍ଥ ହେଲେ

କୋଲକାତା : କୋଭିଡରେ ଆକ୍ରାନ୍ତ ହେବାପରେ ଗୁରୁତର ହୋଇପଡିଥିବା ଜଣେ ରୋଗୀଙ୍କୁ ଇସିଏମଓ ଚିକିତ୍ସାରେ ରଖାଯାଇଥିଲା । ଦୀର୍ଘକାଳ ସେ ଇସିଏମଓ ଚିକିତ୍ସାରେ ରହିବା ପରେ ନିକଟରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ଇସିଏମଓ ଚିକିତ୍ସାରେ ସେ ସର୍ବାଧିକ କାଳ ରହିବା ସତ୍ୱେ ସୁସ୍ଥ ହୋଇଥିବା ଜଣାଯାଇଛି । ପୂର୍ବ ଭାରତର ସର୍ବବୃହତ ବେସରକାରୀ ହସ୍‌ପିଟାଲ ଶୃଙ୍ଖଳ ମେଡିକା ସୁପରସ୍ପେଶାଲିଟି ହସ୍‌ପିଟାଲ ନିଜର ଇକ୍‌ମୋ ସମର୍ଥନକାରୀ ଚିକିତ୍ସା ଜରିଆରେ ଅତ୍ୟନ୍ତ ଜଟିଳ ଅବସ୍ଥାରେ ଥିବା ଏହି ରୋଗୀଙ୍କୁ ନୂଆ ଜୀବନ ଦାନ ଦେଇ ରୋଗୀ ଚିକିତ୍ସା କ୍ଷେତ୍ରରେ ଆଉ ଏକ କୀର୍ତ୍ତମାନ ସ୍ଥାପନ କରିଛି । ମେଡିକା ଇନଷ୍ଟିଚ୍ୟୁଟ ଅଫ୍ କାର୍ଡିଆକ ସାଇନ୍ସେସର ସିନିୟର ଭାଇସ ଚେୟାରମ୍ୟାନ୍‌, ସିନିୟର କାର୍ଡିଆକ ସର୍ଜନ ଏବଂ ମୁଖ୍ୟ ଡା. କୁନାଲ ସରକାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଡା. ଅର୍ପଣ ଚକ୍ରବର୍ତ୍ତୀ ଓ ଡା. ଦୀପାଞ୍ଜନ ଚାଟାର୍ଜୀଙ୍କ ନେତୃତ୍ୱରେ ପରିଚାଳିତ ଇକ୍‌ମୋ ଟିମ୍‍ ଶ୍ରୀ ଦେବଲାଲ ପଣ୍ଡିତ ଏବଂ ତାଙ୍କ ସହିତ ଉଚ୍ଚ କୁଶଳୀ ଟେକ୍‍ନିସିଆନ ଏବଂ ସେବିକାମାନେ ରୋଗୀଙ୍କ ଜୀବନ ବଞ୍ଚାଇବା ସୁନିଶ୍ଚିତ କରିଥିଲେ ଏବଂ ସେ ଭାରତର ଦୀର୍ଘାବଧି ଇକ୍‌ମୋ ଚିକିତ୍ସାରେ ବଞ୍ଚିଥିବା ବ୍ୟକ୍ତି ହୋଇପାରିଛନ୍ତି । ମହାଶ୍ୱେତା କାଲ୍ଲାତ ନାମକ ଏହି ମହିଳା କୋଭିଡରେ ସଂକ୍ରମିତ ହେବାପରେ ଆକ୍ୟୁଟ ରେସ୍‌ପିରେଟୋରୀ ଡିଷ୍ଟ୍ରେସ ସିଣ୍ଡ୍ରୋମ (ଏଆରଡିଏସ)ର ଶିକାର ହୋଇଥିଲେ ଏବଂ ତାଙ୍କୁ ୨୦୨୧ ଅଗଷ୍ଟ ୯ ତାରିଖରେ କୋଲକାତାର ଇଏମ୍‍ ବାଇପାସରେ ଥିବା ଏକ ସିଟି ହସପିଟାଲରୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସେ ପ୍ରୋନ ଭେଣ୍ଟିଲେଟର ଚିକିତ୍ସାରେ ଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇନଥିଲା । ମେଡିକାର ଡାକ୍ତରୀ ଦଳ ଦେଖିବାକୁ ପାଇଲେ ଯେ ତାଙ୍କର ଅମ୍ଲଜାନ ସାନ୍ଦ୍ରତା (ଅକ୍ସିଜେନ ସାଚୁରେସନ) ସ୍ତର ହ୍ରାସପାଇବାରେ ଲାଗିଛି । ତୁରନ୍ତ ତାଙ୍କର ଇକ୍‌ମୋ ଚିକିତ୍ସା ଆରମ୍ଭ କରାଗଲା ଯଦ୍ଦ୍ୱାରା ଗୁରୁତର ଭାବରେ କ୍ଷତି ପହଞ୍ଚିଥିବା ତାଙ୍କର ଫୁସଫୁସକୁ ପୁନଃ କାର୍ଯ୍ୟକ୍ଷମ କରାଯାଇପାରିବ ଏବଂ ତାଙ୍କୁ ରେଷ୍ଟ ଭେଣ୍ଟିଲେସନରେ ରଖାଗଲା । ଛଅ ସପ୍ତାହ ପରେ ସେ ଆଖି ଖୋଲିବା ସହିତ କ୍ରମଶଃ ନିଜ ପରିବାର ସଦସ୍ୟଙ୍କ ସହିତ କଥାବାର୍ତ୍ତା ଆରମ୍ଭ କରିଥିଲେ । ତାଙ୍କ ଫୁସଫୁସ ମଧ୍ୟ ଦୀର୍ଘାବଧି ଅସୁସ୍ଥତା ପରେ ଉନ୍ନତି କରିବା ଆରମ୍ଭ ହୋଇଥିଲା, କିନ୍ତୁ ସେ ଅଙ୍ଗାରକାମ୍ଳ ସଠିକ ଭାବରେ ଛାଡିବାକୁ ସମର୍ଥ ନଥିଲେ । ଫଳରେ ୮୧ତମ ଦିବସରେ ୨୦୨୧ ଅକ୍ଟୋବର ୨୮ରେ ତାଙ୍କୁ ଇକ୍‌ମୋ ଚିକିତ୍ସାରୁ କାଢି ନିଆଗଲା । ତାଙ୍କୁ ଆଉ ଏକମାସ ଭେଣ୍ଟିଲେସନରେ ରଖାଗଲା । ଧୀରେ ଧୀରେ ତାଙ୍କର ଭେଣ୍ଟିଲେଟର ସପୋର୍ଟ କଢାଯିବା ସହିତ ନିୟମିତ ଫିଜିଓଥେରାପି କରାଗଲା ଏବଂ ସେ ଚୌକିରେ ବସି ଯିବା ଆସିବା ଆରମ୍ଭ କଲେ । ପରିଶେଷରେ ତାଙ୍କୁ ୧୧୨ ଦିନ ପରେ ୨୦୨୧ ନଭେମ୍ବର ୨୯ରେ ମେଡିକାରୁ ନିଜ ଘରକୁ ଛାଡି ଦିଆଗଲା । ତାଙ୍କ ଫୁସଫୁସ ପ୍ରାୟତଃ ସ୍ୱାଭାବିକ ଅବସ୍ଥାକୁ ଆସିସାରିଛି ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories