www.samajalive.in
Friday, December 5, 2025
20.1 C
Bhubaneswar

ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୪ ପୁଲିସ କର୍ମୀ ସମେତ ୫ ମୃତ

ମଥୁରା : ଉତ୍ତରପ୍ରଦେଶସ୍ଥିତ ମଥୁରା ଜନପଦରେ ଯମୁନା ଏକ୍ସପ୍ରେସୱେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ନେଇ ଶୁକ୍ରବାର ଜଣାପଡିଛି। ଏହି ଦୁର୍ଘଟଣାରେ ମଧ୍ୟପ୍ରଦେଶର ୪ ଜଣ ପୁଲିସ କର୍ମଚାରୀ ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି। କିଛି ଆହତ ମଧ୍ୟ ହୋଇଛନ୍ତି। ଯମୁନା ଏକ୍ସପ୍ରେସୱେର ମାଇଲ ଷ୍ଟୋନ ୮୦ ରେ ଏକ ବୋଲେରୋ ପୋଲ ସହ ଧକ୍କା ହେବା ପରେ ଅନିୟନ୍ତ୍ରିତ ହୋଇ ୨ ଭାଗରେ ଖଣ୍ଡିତ ହୋଇ ଯାଇଛି।
ମଧ୍ୟପ୍ରଦେଶର ଟୀକମଗଡର ଥାନା ଭୁଡେରାର ପୁଲିସ ଟିମ ଅପହରଣ ହୋଇଥିବା ଜଣେ ଯୁବତୀଙ୍କୁ ଖୋଜିବାକୁ ହରିୟାଣାର ବହାଦୁରଗଡ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।
ଘଟଣା ବିଷୟରେ ଖବର ପାଇ ସୁରୀର ପୁଲିସ ମୃତଦେହ ଜବତ କରିବା ସହ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଆଜି ଭୋର ୫ଟାରେ ସଡକ ଦୁର୍ଘଟଣାରେ ଏକ୍ସପ୍ରେସୱେରେ ଗୋଟିଏ ପଟ ରାସ୍ତା ବନ୍ଦ ହୋଇଯାଇଥିଲା। ଦୁର୍ଘଟଣା ଆଗ୍ରା ରୁ ନୋଏଡା ଯାଇଥିବା ରାସ୍ତାରେ ହୋଇଥିଲା। ଦୁର୍ଘଟଣା ପରେ ରାସ୍ତାରେ ଗାଡି ଗୁଡିକର ଲମ୍ବା ଲାଇନ ଲାଗିଥିଲା। ଘଟଣାସ୍ଥଳରେ ପୁଲିସ ଟିମ କ୍ରେନ ସାହାଯ୍ୟରେ ଦୁର୍ଘଟଣାଗ୍ରସ୍ତ ବୋଲେରୋକୁ ହଟାଇ ଗମନାଗମନ ସ୍ୱଭାବିକ କରିଥିଲା।

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories