ଗୌହାଟି :୯୭ ମିଟର ଉଚ୍ଚରେ ଉଡ଼ିବ ଜାତୀୟ ପତାକା

0

ଗୌହାଟି : ଆସାମର ଗୌହାଟିରେ ଦେଶର ସର୍ବୋଚ୍ଚ ଶୀଖରରେ ଜାତୀୟ ପତାକା ଉଡିବ । ସ୍ମାର୍ଟ ସିଟି ମିଶନ ଆନୁକୂଲ୍ୟରେ ଗୌହାଟିଠାରେ ୯୭.୩ ମିଟର ଉଚ୍ଚତାରେ ଜାତୀୟ ପତାକା ଅବସ୍ଥାପିତ କରାଯିବ । ରାଜ୍ୟ ଶିଳ୍ପ ଓ ବାଣିଜ୍ୟ ବିଭାଗ ଏବଂ ସ୍ମାର୍ଟ ସିଟି ମିଶନ ସହଯୋଗରେ ଏହି କାର୍ଯ୍ୟ କରାଯିବ ବୋଲି ମିଶନର ଟିମ୍‍ ଲିଡର୍‍ ଅଙ୍କୁର ଦାଶ କହିଛନ୍ତି । ଦେଶର ଅନେକ ସ୍ଥାନରେ ବହୁ ଉଚ୍ଚତାରେ ଏବଂ ବୃହତାକାର ଜାତୀୟ ପତାକା ଉଡାଯାଉଥିଲେ ମଧ୍ୟ ଏହା ହେବ ସର୍ବାଧିକ ଉଚ୍ଚତା, ଯେଉଁଠାରେ ଜାତୀୟ ପତାକା ଅବସ୍ଥାପିତ କରାଯିବ ।
ଅନ୍ୟପକ୍ଷରେ ସ୍ମାର୍ଟ ସିଟି ମିଶନ ଅଧୀନରେ ଗୌହାଟିରେ ୩୦ଟି ସ୍ଥାନରେ ସ୍ମାର୍ଟ ବାୟୋ ଟଏଲେଟ୍‍ ନିର୍ମାଣ କରାଯିବ । ଗୌହାଟି ସହରରେ ସୁଲଭ ମୂଲ୍ୟରେ ପାନୀୟ ଜଳ ଯୋଗାଇବାପାଇଁ ଏଟିଏମ୍‍ ପ୍ରତିଷ୍ଠା କରାଯିବ ବୋଲି ଶ୍ରୀ ଦାଶ କହିଛନ୍ତି ।

Leave A Reply