www.samajalive.in
Sunday, December 7, 2025
23.1 C
Bhubaneswar

ଜଙ୍ଗଲରେ ନିଆଁ: ଦୁଇ ବନଖଣ୍ଡ ମଧ୍ୟରେ ସମନ୍ୱୟ ଅଭାବ ଯୋଗୁଁ ଆୟତ୍ତ ହୋଇପାରୁନି ନିଆଁ

ଜି. ଉଦୟଗିରି : ଫୁଲବାଣୀ ବନଖଣ୍ଡ ହେଉଛି କଳିଙ୍ଗାଠାରୁ ପାଖାପାଖି ୪ରୁ୫ କି.ମି । ଅପରପକ୍ଷେ ସେଠାରୁ ଆରମ୍ଭ ଗଞ୍ଜାମ ସୀମାନ୍ତ ଘୁମୁସର ଉତ୍ତର ବନଖଣ୍ଡ। କିଛି ଶିକାରୀ ଶିକାର କରିବା ଉଦ୍ଧେଶ୍ୟରେ ଜଙ୍ଗଲରେ ନିଆଁ ଲଗା ହେଉ ବା ଯାତ୍ରା କରୁଥିବା ଯାତ୍ରୀଙ୍କ ଅସାବଧାନତା ବଶତଃ ହେଉ ଜଙ୍ଗଲରେ ନିଆଁ ଲାଗୁଛି। ଫଳରେ ନିରୀହ ଜୀବଜନ୍ତୁ ଅନାୟାସରେ ମୃତ୍ୟୁବରଣ କରୁଛନ୍ତି। ଜଙ୍ଗଲର ଗଛ ପତ୍ର ପୋଡି ନଷ୍ଟ ହେଉଥିବାର ଦେଖିବାକୁ ମିଳୁଛି। ଗତ ୨/୪ଦିନ ତଳେ ଜି. ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ ଗଦିଙ୍ଗିଆ ସଂରକ୍ଷିତ ଜଙ୍ଗଲର ଅଲିଙ୍ଗିଆ ଭାଲିଙ୍ଗିଆ ଜଙ୍ଗଲରେ ନିଆଁ ଲାଗିଥିବା ଖବର ପାଇବା ପରେ ଏସି. ଏ. ଫ୍ ଭୈରବ ଚରଣ ବେହେରା, ବନାଞ୍ଚଳ ଅଧିକାରିଣୀ ମିନାକ୍ଷୀ କୁମୁରା ଓ ଅଗ୍ନିଶମ ଅଧିକାରୀ ଭବେନ୍ଦ୍ର ନାଥ ଦେଙ୍କ ମିଳିତ ତତ୍ତ୍ଵାବଧାନରେ ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ପୁନଃ ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା।

ଏ ସମ୍ପର୍କରେ ବନାଞ୍ଚଳ କାର୍ୟ୍ୟାଳୟ କର୍ମଚାରୀଙ୍କ କହିବା କଥା ହେଲା, କଳିଙ୍ଗା ଘାଟି ସ୍ଥିତ ଅଲିଙ୍ଗିଆ ଭାଲିଙ୍ଗିଆ ଜଙ୍ଗଲ ଫୁଲବାଣୀ ବନଖଣ୍ଡର ଶେଷ ସୀମାନ୍ତ ଓ ଗଞ୍ଜାମ ଉତ୍ତର ବନଖଣ୍ଡର ମଧ୍ୟ ସୀମାନ୍ତ ଅଟେ। ଏତେବଡ଼ ଅଞ୍ଚଳକୁ ପର୍ଯ୍ୟାପ୍ତ ପରିମାଣର କର୍ମଚାରୀ ନ ହେଲେ ନିଆଁକୁ ଆୟତ୍ତ କରିବା ସମ୍ଭବ ନୁହେଁ। କିନ୍ତୁ ଆମେ ଆମ କର୍ମଚାରୀଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିବା ସହ ଆବଶ୍ୟକ ସ୍ଥଳେ ଅଗ୍ନିଶମ ବିଭାଗର ସହାୟତା ନେଉଛୁ। କିନ୍ତୁ ଉତ୍ତର ବନଖଣ୍ଡ ଅନ୍ତର୍ଗତ ମୁନାଗଡ ବନାଞ୍ଚଳ ଓ ଜି.ଉଦୟଗିରି ବନାଞ୍ଚଳ ମିଳିତ ସହଯୋଗ ହୋଇ ପାରିଲେ ହିଁ ନିଆଁକୁ ଆୟତ୍ତ କରାଯାଇ ପାରିବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି। ଅପରପକ୍ଷେ ଦୁଇ ବନଖଣ୍ଡ ମଧ୍ୟରେ ସମନ୍ୱୟ ନ ରହିଲେ ନିଆଁକୁ ଆୟତ୍ତ କରିବା ଯେ କଷ୍ଟ ଏହା ନିଃସନ୍ଦେହରେ କୁହାଯାଇପାରେ।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories