ନୂଆଦିଲ୍ଲୀ: ଆଜି ସାଧାରଣ ବଜେଟ । ପୂର୍ବାହ୍ନ ୧୧ଟାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ସଂସଦରେ ବଜେଟ ଉପସ୍ଥାପନ କରିବେ। ବଜେଟରୁ କୃଷକ, ଯୁବଗୋଷ୍ଠୀ, ମଧ୍ୟବିତ୍ତ ପରିବାର ସମେତ ଅନ୍ୟାନ୍ୟ ବର୍ଗଙ୍କର ବହୁତ କିଛି ଆଶା ରହିଛି। ତେବେ ବଜେଟରେ ରାଷ୍ଟ୍ରପତିଙ୍କ ସ୍ବାକ୍ଷର ଆବଶ୍ୟକ ଥିବାରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଷ୍ଟ୍ରପତି ଭବନରେ ପହଞ୍ଚିଥିଲେ। ରାଷ୍ଟ୍ରପତିଙ୍କ ସ୍ବାକ୍ଷର ପରେ ସୀତାରମଣ ସଂସଦରେ ପହଞ୍ଚିଛନ୍ତି। ବଜେଟ ପୂର୍ବରୁ ପୂର୍ବାହ୍ନ ୧୦ଟା ୧୫ରେ କ୍ୟାବିନେଟ ବୈଠକ ବସିବ। ଏଥିରେ ଔପଚାରିକ ଭାବେ ବଜଟେକୁ ମଞ୍ଜୁରୀ ପ୍ରଦାନ କରାଯିବ। ଏହା ପରେ ସୀତାରମଣ ବଜେଟ ଉପସ୍ଥାପନ କରିବେ।
Popular Categories



