ଜୁନ ମାସର ପ୍ରସିଦ୍ଧ ପର୍ବପର୍ବାଣୀ

0

ନୂଆଦିଲ୍ଲୀ : ଭାରତର ବିଭିନ୍ନ ଅଞ୍ଚଳରେ ସ୍ୱତନ୍ତ୍ର ସଂସ୍କୃତି ଓ ପରମ୍ପରା ଦେଖିବାକୁ ମିଳିଥାଏ। ଏଠାରେ ବିଭିନ୍ନତା ମଧ୍ୟରେ ଏକତା ପରିପ୍ରକାଶ ହୁଏ। ଖାସ ଏହି କାରଣ ପାଇଁ ଆମଦେଶ ଭାରତ ସାରା ବିଶ୍ୱରେ ପରିଚିତ। ବିଭିନ୍ନ ଧର୍ମ, ବର୍ଣ୍ଣ ଓ ସମ୍ପ୍ରଦାୟର ଲୋକ ଭାରତରେ ବସବାସ କରିଥାଆନ୍ତି। ତେଣୁ ଦେଶର ପ୍ରତ୍ୟେକ ମାସରେ ବିଭିନ୍ନସ୍ଥାନରେ ସ୍ୱତନ୍ତ୍ର ପର୍ବପର୍ବାଣୀ ପାଳନ କରାଯାଏ। ଆମଦେଶରେ ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ। ସ୍ୱତନ୍ତ୍ର ପର୍ବପର୍ବାଣୀ ପାଳନ ପାଇଁ ବି କିଛି ସ୍ଥାନ ପ୍ରସିଦ୍ଧ। ଆସନ୍ତୁ ଜାଣିବା ଜୁନ ,ମାସରେ ଭାରତରେ କେଉଁ ସ୍ଥାନ କେଉଁ ପର୍ବ ପାଳନ କରାଯାଏ।
ରଜ ପର୍ବ : ଆମ ରାଜ୍ୟରେ ଜୁନ ମାସରେ ରଜ ପର୍ବ ପାଳନ କରାଯାଏ। ରଜ ପର୍ବ ତିନିଦିନ ଧରି ପାଳନ କରାଯାଇଥାଏ। ପ୍ରଥମ ଦିନକୁ ପହିଲି ରଜ, ଦ୍ୱିତିୟ ଦିନକୁ ରଜ ସଂକ୍ରାନ୍ତି ଓ ତୃୃତୀୟ ଦିନକୁ ଭୂମି ଦହନ ବା ଭୂଦହନ ବୋଲି କୁହାଯାଏ। ତିନିଦିନ ଧରି ଏହି ପର୍ବରେ ସମସ୍ତ ଓଡିଆ ଘରେ ପିଠାପଣାରେ ଘର ମହକୁଥାଏ।ଚତୁର୍ଥ ଦିନରେ କେତକସ୍ଥାନରେ ବସୁମତୀ ସ୍ନାନ ପାଳନ କରାଯାଇଥାଏ।
ହେମିସ୍‍ ପର୍ବ : ଲାଦାଖରେ ପାଳନ କରାଯାଉଥିବା ହେମିସ୍‍ ପର୍ବ ସମଗ୍ର ଭାରତରେ ପ୍ରସିଦ୍ଧ। ବୌଦ୍ଧ ଧର୍ମାମ୍ବଲମ୍ବୀର ଗୁରୁ ପଦ୍ମନାଭଙ୍କ ଜନ୍ମଦିବସରେ ଏହି ପର୍ବ ପାଳନ କରାଯାଏ। ଏହି ସମୟରେ ସମଗ୍ର ପର୍ବତକୁ ରଙ୍ଗବେରଙ୍ଗ ପତାକାରେ ସଜ୍ଜା ଯାଇଥାଏ। ଏଥିସହ ପାରମ୍ପରିକ ନୃତ୍ୟ ପ୍ରଦର୍ଶନ କରି ଏହି ପର୍ବ ପାଳନ କରାଯାଏ। ଏହି ପର୍ବରେ ବୌଦ୍ଧ ଧର୍ମ ଗୁରୁ, ଭାରତର ବିଭିନ୍ନସ୍ଥାନରୁ ଲୋକମାନେ ଏବଂ ଭାରତ ବାହାରୁ ମଧ୍ୟ ବିଭିନ୍ନ ଲୋକମାନେ ବୁଲିବାକୁ ଆସିଥାଆନ୍ତି।
ଓଚିରା କାଳି ପର୍ବ : କେରଳର ପ୍ରାକୃତିକ ସୌନ୍ଦର୍ଯ୍ୟର ବିଶ୍ୱାସରଖି ୱାଚିରା କାଳି ପର୍ବ ପାଳନ କରାଯାଏ। କେରଳର ଓଚିରା ମନ୍ଦିର ନିକଟରେ ଏହି ପର୍ବ ପାଳନ କରାଯାଏ। ଏହି ପର୍ବରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଲାଠି ଖେଳ କରାଯାଏ।
ଆମ୍ବ ପର୍ବ : ଉତ୍ତରପ୍ରଦେଶରେ ପ୍ରସିଦ୍ଧ ଆମ୍ବ ପର୍ବ ପାଳନ କରାଯାଏ। ଏହି ପର୍ବ ତିନି ଦିନ ଧରି ଚାଲିଥାଏ। ଉତ୍ତରପ୍ରଦେଶ ଆମ୍ବ ପର୍ବରେ ଏକ ବୃହତ ପଡିଆରେ ବିଭିନ୍ନ ଫଳର ରାଖା ଯାଇଥାଏ। ଲୋକମାନେ ସମସ୍ତ ଫଳର ସ୍ୱାଦ ଚାଖି ପର୍ବର ମଜା ଉଠାଇଥାଆନ୍ତି।

Leave A Reply