www.samajalive.in
Monday, December 15, 2025
24.1 C
Bhubaneswar

ଅଭ୍ୟାସ ବେଳେ ବେକରେ ପଡିଗଲା ୨୭୦ କେଜି ରଡ୍, ମହିଳା ପାୱାର ଲିଫ୍ଟରଙ୍କ ମୃତ୍ୟୁ

ଡେସ୍କ: ରାଜସ୍ଥାନର ବିକାନେର ଜିଲ୍ଲାରେ ଅଭ୍ୟାସ ବେଳେ ୨୭୦ କେଜି ଓଜନର ରଡ୍ ପଡ଼ି ଜଣେ ସ୍ୱର୍ଣ୍ଣ ପଦକ ବିଜେତା ମହିଳା ପାୱାର ଲିଫ୍ଟରଙ୍କ ମୃତ୍ୟୁ ଘଟିଛି। ଜିମରେ ଅଭ୍ୟାସ କରୁଥିବା ବେଳେ ମହିଳା ପାୱାରଲିଫ୍ଟର ୟଶ୍ତିକା ଆଚାର୍ଯ୍ୟ (୧୭)ଙ୍କ ମୃତ୍ୟୁ ଘଟିଛି। ନୟା ସାହିର ଏସ୍ଏଚ୍ଓ ବିକ୍ରମ ତିୱାରୀ କହିଛନ୍ତି ଯେ ସ୍ୱର୍ଣ୍ଣ ପଦକ ବିଜେତା ଖେଳାଳିଙ୍କ ବେକ ଭାଙ୍ଗି ଯାଇଥିଲା।

ଦୁର୍ଘଟଣା ପରେ ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶ୍ରୀ ତିଓ୍ଵାରୀ କହିଛନ୍ତି ଯେ ପ୍ରଶିକ୍ଷକ ୟଶ୍ତିକାଙ୍କୁ ଜିମରେ ଓଜନ ଉଠାଇବାକୁ ବାଧ୍ୟ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ପ୍ରଶିକ୍ଷକ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି।

- Advertisement -

ଏସଏଚ୍ଓ କହିଛନ୍ତି ଯେ ପରିବାର ଲୋକ ଏ ସଂକ୍ରାନ୍ତରେ କୌଣସି ମାମଲା ରୁଜୁ କରିନାହାଁନ୍ତି। ଶବ ବ୍ୟବଚ୍ଛେଦ ପରେ ଆଜି (ବୁଧବାର) ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories