www.samajalive.in
Monday, December 15, 2025
27.1 C
Bhubaneswar

ବିମାନବନ୍ଦରରେ ଏଭଳି ବେଶରେ ନଜର ଆସିଲେ ପାକିସ୍ତାନୀ ଯାତ୍ରୀ, ଲୋକେ କହିଲେ…

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଅନେକ ସମୟରେ ଭିନ୍ନ ଭିନ୍ନ ମଜାଳିଆ ଭିଡିଓ ଭାଇରାଲ ହୋଇଥାଏ । ଏବେ ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି ଯାହାକୁ ଦେଖି ଆପଣ ନିଜ ହସ ରୋକିପାରିବେନି । ଭିଡିଓଟି ଏକ ବିମାନବନ୍ଦରର, ଯେଉଁଠି କିଛି ଯାତ୍ରୀ ଏକାଠି ବିମାନବନ୍ଦରରୁ ବାହାରୁଥିବା ନଜର ଆସୁଛନ୍ତି ।

- Advertisement -

ଆଜିକାଲି ଏୟାରପୋର୍ଟ ଲୁକ୍ ବହୁତ ଟ୍ରେଣ୍ଡରେ ଚାଲିଛି । ସାମାଜିକ ଗଣମାଧ୍ୟମ ଆସିବା ପରଠୁ ସମସ୍ତେ ଏଥିପ୍ରତି ବହୁତ ସଚେତନ ହେଉଛନ୍ତି । କିନ୍ତୁ କିଛି ପାକିସ୍ତାନୀ ଯାତ୍ରୀ ବିମାନରେ ମିଳୁଥିବା କମ୍ବଳକୁ ଘୋଡିହୋଇ ବିମାନବନ୍ଦରରୁ ବାହାରୁଥିବା ନଜର ଆସୁଛନ୍ତି । ଏହି ସମୟର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖି ସମସ୍ତେ ହସି ହସି ବେଦମ ହେଉଛନ୍ତି । ଭିଡିଓକୁ ଏପର୍ଯ୍ୟନ୍ତ ୪୦ ହଜାରରୁ ଅଧିକ ଭ୍ୟୁଜ୍ ମିଳିସାରିଛି । ସମସ୍ତେ ପ୍ରତିକ୍ରିୟା ରଖି କହୁଛନ୍ତି ପାକିସ୍ତାନୀ ଲୋକମାନଙ୍କୁ ବିମାନବନ୍ଦରରେ ଶୀତ ହେଉଥିବାରୁ ସେମାନେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଏମିତି ଘୋଡି ହୋଇଛନ୍ତି । କିଛି ୟୁଜର୍ସ ଭିଡିଓରେ ମଜାଳିଆ ପ୍ରତିକ୍ରିୟା ରଖି କହୁଛନ୍ତି କି ସେମାନେ ବିମାନବନ୍ଦରରୁ କମ୍ବଳ ଲୁଚେଇ ନେଇଆସିଛନ୍ତି ଏବଂ କେହି ସନ୍ଦେହ ନକରିବା ପାଇଁ ଏମିତି ବେଶରେ ବୁଲୁଛନ୍ତି ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories