www.samajalive.in
Tuesday, December 9, 2025
15.1 C
Bhubaneswar

ସାଧାରଣତନ୍ତ୍ର ଦିବସରେ ପ୍ରଶଂସକଙ୍କୁ ଖାସ୍‍ ଉପହାର ଦେଲେ ଅକ୍ଷୟ, କହିଲେ- ‘ଆଜି ହିଁ ନିଜ ମିଶନ୍‍ ଆରମ୍ଭ କରନ୍ତୁ’

ମୁମ୍ବଇ: ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଶଂସକଙ୍କୁ ଖାସ୍‍ ଉପହାର ଦେଇଛନ୍ତି ବଲିଉଡ଼ ଅଭିନେତା ଅକ୍ଷୟ କୁମାର। ସେହି ଉପହାରଟି ହେଉଛି FAU-G ଗେମ୍‍। ମଙ୍ଗଳବାର ଭାରତର ବହୁ ଚର୍ଚ୍ଚିତ ତଥା ମେଡ଼୍‍ ଇନ୍‍ ଇଣ୍ଡିଆ ଗେମ୍‍ ଆପ୍‍ FAU-Gକୁ ଲଞ୍ଚ୍‍ କରାଯାଇଛି। ଏନେଇ ଅକ୍ଷୟ ନିଜେ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି।

ନିଜ ଇନ୍‍ଷ୍ଟାଗ୍ରାମ ଆକାଉଣ୍ଟରେ ସେ FAU-G ଗେମ୍‍ ସମ୍ବନ୍ଧୀୟ ଏକ ଟିଜର୍‍ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ଅକ୍ଷୟ ଗେମ୍‍ର ସମସ୍ତ ଚରିତ୍ରମାନଙ୍କ ସହ ପରିଚୟ କରାଇଛନ୍ତି। ଏହା ସହିତ ସେ ଲେଖିଛନ୍ତି, “FAU-G : ଫିୟରଲେସ୍‍ ଆଣ୍ଡ୍‍ ୟୁନାଇଟେଡ଼୍‍ ଗାର୍ଡ଼୍‍ସ। ଶତ୍ରୁକୁ ସାମ୍ନା କରନ୍ତୁ । ନିଜ ଦେଶ ପାଇଁ ଯୁଦ୍ଧ କରନ୍ତୁ। ଆମ ଜାତୀୟ ପତାକାକୁ ସୁରକ୍ଷା ଦିଅନ୍ତୁ। ଆପଣଙ୍କ ପାଇଁ FAU-G ଆସିଯାଇଛି। ଆଜି ହିଁ ଆପଣଙ୍କ ମିଶନ ଆରମ୍ଭ କରନ୍ତୁ। ବର୍ତ୍ତମାନ ଡାଉନଲୋଡ଼୍‍ କରନ୍ତୁ”।

 

View this post on Instagram

 

A post shared by Akshay Kumar (@akshaykumar)

- Advertisement -

ଅକ୍ଷୟଙ୍କ ଏହି ପୋଷ୍ଟ ଓ ଟିଜର୍‍ ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍‍ ଭାଇରାଲ୍‍ ହେବାରେ ଲାଗିଛି। ଭାରତୀୟ ଟେକ୍ନୋଲୋଜି କମ୍ପାନୀ nCore ଗଣତନ୍ତ୍ର ଦିବସ ଅବସରରେ FAU-G ଗେମ୍‍ ଲଞ୍ଚ୍‍ କରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories