www.samajalive.in
Saturday, December 6, 2025
26.1 C
Bhubaneswar

ଅକ୍ଷୟ କୁମାରଙ୍କୁ ଭେଟିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ଡେରାଡୁନ: ବଲିଉଡ଼ ଅଭିନେତା ଅକ୍ଷୟ କୁମାର ହେବେ ଉତ୍ତରାଖଣ୍ଡର ବ୍ରାଣ୍ଡ ଆମ୍ବାସାଡ଼ର। ସୋମବାର ଡେରାଡୁନରେ ସେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କୁ ଭେଟିଛନ୍ତି। ଧାମୀ ଅକ୍ଷୟଙ୍କୁ ପାହାଡ଼ି ଟୋପି ପିନ୍ଧାଇ ପୁଷ୍ପଗୁଚ୍ଛ ପ୍ରଦାନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଧାମୀ କହିଛନ୍ତି, ଆମେ ଅକ୍ଷୟ କୁମାରଙ୍କୁ ଏକ ପ୍ରସ୍ତାବ ଦେଇଛୁ, ଯାହାକୁ ସେ ସ୍ବୀକାର କରିଛନ୍ତି। ଅକ୍ଷୟ ଉତ୍ତରାଖଣ୍ଡର ବ୍ରାଣ୍ଡ ଆମ୍ବାସାଡ଼ର ଭାବେ କାର୍ଯ୍ୟ କରିବେ। ଧାମୀ ଅକ୍ଷୟଙ୍କୁ କେଦାରନାଥ ମନ୍ଦିରର ଏକ ପ୍ରତିମା ମଧ୍ୟ ପ୍ରଦାନ କରିଛନ୍ତି।

- Advertisement -

ସୂଚନାଯୋଗ୍ୟ, ଅକ୍ଷୟ କୁମାର ମୁସୁରୀରେ ତାଙ୍କ ଚଳଚ୍ଚିତ୍ରର ଶୁଟିଂ କରୁଛନ୍ତି। ଶୁଟିଂ ପାଇଁ ଅଭିନେତ୍ରୀ ରକୁଲପ୍ରୀତ ମଧ୍ୟ ତାଙ୍କ ସହ ଅଛନ୍ତି। ପର୍ବତ ରାଣୀ ମୁସୁରୀରେ ଚଳଚ୍ଚିତ୍ର ଶୁଟିଂ ପାଇଁ ଅନେକ ସମୟରେ ଚଳଚ୍ଚିତ୍ର ତାରକାମାନେ ଆସି ଥାଆନ୍ତି। ଅନେକ ତାରକା ଶାନ୍ତିର ମୁହୂର୍ତ୍ତ ବିତାଇବା ପାଇଁ ମଧ୍ୟ ଏଠାକୁ ଆସିଥାଆନ୍ତି। ଅନେକ ବଡ଼ ବଲିଉଡ ଚଳଚ୍ଚିତ୍ରର ଶୁଟିଂ ଏଠାରେ ହୋଇଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories