ନୂଆଦିଲ୍ଲୀ: ୟୁକ୍ରେନ୍ ନିକଟରେ ବଳ ଗୋଟାଉଛି ଋଷ । ଘନଉଛି ଯୁଦ୍ଧର ବାଦଲ । ଚିନ୍ତାରେ ଆମେରିକା ସରକାର । ୟୁକ୍ରେନ ନିକଟରେ ବୃଦ୍ଧି ପାଇଛି ଋଷ ସେନାର କାର୍ୟ୍ୟକଳାପ । ରୁଷର ସୈନ୍ୟବାହିନୀର କାର୍ୟ୍ୟକଳାପକୁ ଦେଖି ଆମେରିକା ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଆମେରିକାର ଅଧିକାରୀମାନେ ଏନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଅଧିକାରୀଙ୍କ କହିବା ଅନୁସାରେ ଖୁବଶୀଘ୍ର ଋଷ ସରକାର ୟୁକ୍ରେନ ଉପରେ ଆକ୍ରମଣ କରିପାରେ।
ୟୁକ୍ରେନ ନିକଟରେ ରୁଷ ତାର ସୈନ୍ୟ ଠୁଳ କରିବାରେ ଲାଗିଛି । ଯାହାକି ଯୁଦ୍ଧର ପୂର୍ବାଭାଷ ବୋଲି କୁହାଯାଉଛି । ଡିସେମ୍ବର ୨୦୨୧ ସୁଦ୍ଧା ୟୁକ୍ରେନ ନିକଟରେ ରୁଷ ୫୩ ବାଟାଲିୟନ ମୁତୟନ କରିଥିଲା । ପରେ ଜାନୁଆରୀ ୨୦୨୨ରେ ବାଟାଲିୟନର ସଂଖ୍ୟାକୁ ୬୦ କୁ ବୃଦ୍ଧି କରିଥିଲା । ହେଲେ ବର୍ତ୍ତମାନ ସେହି ସମାନ ସ୍ଥାନରେ ଋଷ ବାଟାଲିୟନ ସଂଖ୍ୟା ୮୩କୁ ବୃଦ୍ଧି କରିଛି ।
ଆମେରିକାର କିଛି ବିଶ୍ଳେଷକଙ୍କ ଏ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଋଷ ଓ ଆମେରିକା ମଧ୍ୟରେ ଆଲୋଚନା ବିଫଳ ହୋଇଛି । ଏପରି ପରିସ୍ଥିତିରେ ଯେକୌଣସି ସମୟରେ ଯୁଦ୍ଧ ହୋଇପାରେ । ଆଉ ଋଷ ଆକ୍ରମଣ କରିପାରେ । ଫେବୃଆରୀ ୪, ଶୁକ୍ରବାର ଦିନ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏ ନେଇ ତାରଙ୍କର ବିବୃତି ରଖିଛନ୍ତି । ତାଙ୍କର ବିବୃୃତିରେ ସେ କହିଛନ୍ତି କି ଆମେ ଆମେରିକାକୁ ଚ୍ୟାଲେଞ୍ଜ କରିପାରିବୁ । ଆମେରିକାକୁ ଚ୍ୟାଲେଞ୍ଜ କରିବା ପାଇଁ ଚୀନର ସହାୟତା ନେବୁ ।
ଋଷର ଗଣମାଧ୍ୟମ ଅନୁଯାୟୀ, ଫେବ୍ରୁଆରୀ ୧୪ ସୁଦ୍ଧା ୠଷର ସଂସଦୀୟ ସଦସ୍ୟମାନେ ୟୁକ୍ରେନର ଡୋନ୍ବାସ୍ ଅଞ୍ଚଳରେ ପହଞ୍ଚିବେ । ଆମେରିକାର ଅଧିକାରୀମାନେ ଏହି ଘଟଣାର ତୀକ୍ଷ୍ଣ ନଜର ରଖିଛନ୍ତି। ଆମେରିକାର ଅଧିକାରୀମାନେ ଭୟ କରୁଛନ୍ତି ବୋଲି ଋଷର ଗଣମାଧ୍ୟମ ସଂସ୍ଥା ସୂଚନା ଦେଇଛି ।



