www.samajalive.in
Saturday, December 6, 2025
26.1 C
Bhubaneswar

କଣ୍ଟାବାଞ୍ଜି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ପିତୃମାତୃ ସମ୍ମିଳନୀ

କଣ୍ଟାବାଞ୍ଜି : ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, କଣ୍ଟାବାଞ୍ଜିରେ ଅନୁଷ୍ଠାନର ପରିଚାଳନା ସମିତିର ସଭାପତି ଶ୍ରୀ ରାମଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ପିତୃମାତୃ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗର ଯୋଜନା ଅନୁଯାୟୀ ଆଗାମୀ ସମୟରେ ଆରମ୍ଭ ହେବାକୁ ଯାଉଥିବା ଶ୍ରେଣୀ ଶିକ୍ଷାଦାନ ବ୍ୟବସ୍ଥା ସମ୍ବନ୍ଧରେ ଅନୁଷ୍ଠାନରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ପିତାମାତାଙ୍କ ଉପସ୍ଥିତିରେ ଏହି ସମ୍ମିଳନୀରେ ଆଲୋଚନା କରାଯାଇଥିଲା ।
ଏହି ଅବସରରେ ପରିଚାଳନା ସମିତିର ସମ୍ପାଦକ ବ୍ରଜଶ୍ୟାମ ଗୁରୁ, କୋଷାଧ୍ୟକ୍ଷ କୁଞ୍ଜ ବିହାରୀ ବେହେରା,ଉପାଧ୍ୟକ୍ଷା ସୁଷମା ମହାନନ୍ଦ , ମାତୃ ଭାରତୀର ଅଧ୍ୟକ୍ଷତା ସ୍ବର୍ଣ୍ଣମୟୀ ଦାଶ ଏବଂ ପ୍ରଧାନ ଆଚାର୍ୟ୍ୟ ଶ୍ୟାମ ସୁନ୍ଦର ମହାପାତ୍ର ମଞ୍ଚାସୀନ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିସହିତ ଉପସ୍ଥିତ ପିତାମାତା ମଧ୍ୟ ନିଜ ନିଜର ଅଭିମତ ଉପସ୍ଥାପନ କରିଥିଲେ । ଅନୁଷ୍ଠାନର ବରିଷ୍ଠ ଆଚାର୍ୟ୍ୟା ସଂଗୀତା ପଣ୍ଡା ଉପସ୍ଥିତ ଅତିଥି ଅଧିକାରୀଙ୍କ ପରିଚୟ ରଖିବା ସହିତ କାର୍ୟ୍ୟକ୍ରମର ପରିଚାଳନା କରିଥିଲେ ଓ ପ୍ରାଥମିକ ବିଭାଗର ଶୈକ୍ଷିକ ପ୍ରମୁଖ ଲତାମଞ୍ଜରୀ ପ୍ରଧାନ ଉପସ୍ଥିତ କାର୍ୟ୍ୟକର୍ତ୍ତା ଓ ପିତୃମାତୃ ମଣ୍ଡଳୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories