www.samajalive.in
Saturday, December 6, 2025
15.1 C
Bhubaneswar

ଲମ୍ବା ଜଟା.. ମଥାରେ ଭସ୍ମ.. ଗଳାରେ ରୁଦ୍ରାକ୍ଷ, ଭିନ୍ନ ଅବତାରରେ ଅକ୍ଷୟ

ମୁମ୍ବଇ: ବଲିଉଡ଼ ଅଭିନେତା ଅକ୍ଷୟ କୁମାର ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଓଏମ୍‌ଜି ୨’କୁ ନେଇ ଏବେ ଚର୍ଚ୍ଚାରେ। କିଛି ଦିନ ତଳେ ଫିଲ୍ମର ପୋଷ୍ଟର ସହ ଏହାର ମୁକ୍ତିଲାଭ ତାରିଖ ଘୋଷଣା କରାଯାଇଥିଲା। ଏବେ ପୁଣି ଏହି ଚଳଚ୍ଚିତ୍ରର ୨ଟି ପୋଷ୍ଟର ସାମ୍ନାକୁ ଆସିଛି। ଗୋଟିଏ ପୋଷ୍ଟରରେ ଅକ୍ଷୟ ପ୍ରଭୁ ଶିବଙ୍କ ରୂପରେ ନଜର ଆସିଛନ୍ତି।


ଲମ୍ବା ଜଟା, ମଥା ଓ ଗଳାରେ ଭସ୍ମ ସହ ରୁଦ୍ରାକ୍ଷ ମାଳା ପିନ୍ଧି  ଅକ୍ଷୟଙ୍କୁ ସମ୍ପୂର୍ଣ୍ଣ ଭିନ୍ନ ଅବତାରରେ ଦେଖିବାକୁ ମିଳିଛି। ଏହି ପୋଷ୍ଟରକୁ ଅକ୍ଷୟ ନିଜେ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି। ପୋଷ୍ଟରକୁ ଶେୟାର କରିବା ମାତ୍ରେ ପ୍ରଶଂସକ ତାଙ୍କ ଲୁକ୍‌କୁ ଖୁବ୍‌ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ପ୍ରଶଂସକମାନେ ଲଗାତର ପୋଷ୍ଟରେ କମେଣ୍ଟ କରୁଛନ୍ତି।

- Advertisement -


ସେହିପରି ଅନ୍ୟ ପୋଷ୍ଟରଟିକୁ ଅଭିନେତା ପଙ୍କଜ ତ୍ରିପାଠୀ ଶେୟାର କରିଛନ୍ତି। ପୋଷ୍ଟର ମାଧ୍ୟମରେ ସେ ଫିଲ୍ମରେ ନିଜ ଚରିତ୍ର ବିଷୟରେ ସୂଚନା ଦେଇଛନ୍ତି। ‘ଓଏମ୍‌ଜି ୨’ରେ ପଙ୍କଜ ତ୍ରିପାଠୀ କାନ୍ତି ଶରଣ ମୁଦଗଲ ଭୂମିକାରେ ଅଭିନୟ କରିଛନ୍ତି। ପୋଷ୍ଟର ଶେୟାର କରି ଅଭିନେତା ଲେଖିଛନ୍ତି ଯେ, ଟିଜର ଖୁବଶୀଘ୍ର ଆସିବ ଏବଂ ‘ଓଏମ୍‌ଜି ୨’ ଅଗଷ୍ଟ ୧୧ରେ ମୁକ୍ତିଲାଭ କରିବ। ଏଠାରେ ସୂଚନାଯୋଗ୍ୟ, ଏହି ଦିନ ସନି ଦେଓଲଙ୍କ ‘ଗଦର ୨’ ଓ ରଣବୀର କପୁରଙ୍କ ‘ଆନିମଲ୍‌’ ମଧ୍ୟ ପ୍ରେକ୍ଷାଳୟକୁ ଆସିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories