www.samajalive.in
Saturday, December 6, 2025
26.1 C
Bhubaneswar

ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପ୍ରଶଂସା

ଭୁବନେଶ୍ବର: ଓଲିଉଡର ଖ୍ୟାତନାମା ଅଭିନେତା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସଟିଏ) ପକ୍ଷରୁ ପ୍ରଶଂସା କରାଯାଇଛି। ଗୋଲ୍ଡେନ ଆୱାରରେ ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର ପାଇଁ ତାଙ୍କୁ ପ୍ରଶଂସା କରାଯିବା ସହିତ ସିଦ୍ଧାନ୍ତ ଅନ୍ୟମାନଙ୍କ ପାଇଁ ରୋଲ୍‌ ମଡେଲ ବୋଲି ଟୁଇଟ୍ କରିଛି ଏସ୍‌ଟିଏ। ସୂଚନାଯୋଗ୍ୟ, ରବିବାର ଖରାବେଳେ ପାହାଳ ପାଖ ରାଜପଥ ଉପରେ ଚଳଚ୍ଚିତ୍ର ତାରକା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଜଣେ ଗୁରୁତର ଆଘାତ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଥିଲେ। ସିଦ୍ଧାନ୍ତ ସେଇ ବାଟଦେଇ ଏକ କାର୍ଯ୍ୟକ୍ରମରୁ ଫେରୁଥିଲେ। ପାହାଳ ପାଖ ଫ୍ଲାଏଓଭର୍ ଗଡ଼ାଣି ନନା ହୋଟେଲ ସାମନାରେ ଅପରାହ୍ଣ ୨ଟା ୧୫ରେ ତାଙ୍କ କାର ସାମନା ପ୍ରାୟ କୋଡ଼ିଏ ମିଟର ଦୂରରେ ଏକ ଭ୍ୟାନ୍ ପଛପଟୁ ଜଣେ ବାଇକ୍ ଆରୋହୀଙ୍କୁ ଧକ୍କା ମାରି ବହୁବାଟ ଘୋଷାଡି ନେବା ଦେଖିଲେ। ବାଇକ ଆରୋହୀ ଆହତ ଆଇନଜୀବୀ ମଦନ ସ୍ବାଇଁଙ୍କ ଗୋଟିଏ ଗୋଡ଼ ପ୍ରାୟ ଶରୀରରୁ ଅଲଗା ହେବା ସହ ପ୍ରଚୁର ରକ୍ତସ୍ରାବ ହେଉଥିଲା। ନିଜ ଗାଡ଼ି ଅଟକାଇ ଆହତ ବ୍ୟକ୍ତିଙ୍କୁ  ଡାକ୍ତରଖାନା ନେବା ପାଇଁ ସେ ବ୍ୟବସ୍ଥା କଲେ। ଫରେଷ୍ଟ ପାର୍କସ୍ଥିତ ସୁଶ୍ରୁତ ହସପିଟାଲରେ ତାଙ୍କୁ ନେଇ ଭର୍ତ୍ତି କରାଇଲେ। ତାଙ୍କର ଏପରି କାର୍ଯ୍ୟକୁ ସବୁ ମହଲରୁ ପ୍ରଶଂସା କରାଯାଇଛି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories