www.samajalive.in
Monday, December 15, 2025
14.1 C
Bhubaneswar

ଅକ୍ଷୟ-ଟାଇଗରଙ୍କ କାର୍ଯ୍ୟକ୍ରମରେ ହଙ୍ଗାମା: ମଞ୍ଚ ଉପରକୁ ଚପଲ ଫିଙ୍ଗିଲେ ଲୋକେ, ପୁଲିସର ଲାଠି ଚାର୍ଜ

ନୂଆଦିଲ୍ଲୀ: ଅକ୍ଷୟ କୁମାର ଓ ଟାଇଗର ଶ୍ରଫ୍‌ ଅଭିନୀତ ‘ବଡ଼େ ମିଆଁ ଛୋଟେ ମିଆଁ’ ବର୍ଷର ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ। ସୋମବାର ଅଭିନେତା ଚଳଚ୍ଚିତ୍ରର ପ୍ରଚାର ପ୍ରସାର ପାଇଁ ଲକ୍ଷ୍ନୌରେ ପହଞ୍ଚିଥିଲେ। ଲକ୍ଷ୍ନୌ କାର୍ଯ୍ୟକ୍ରମରେ ପ୍ରବଳ ଜନ ସମାଗମ ମଧ୍ୟରେ କିଛି ଷ୍ଟଣ୍ଟ ପ୍ରଦର୍ଶନ କରିଥିଲେ। ତେବେ ଏହି କାର୍ଯ୍ୟକ୍ରମରେ ପ୍ରବଳ ହଙ୍ଗାମା ସହ ସ୍ଥିତି ଅନିୟନ୍ତ୍ରିତ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି।


ଭିଡିଓରେ ଅକ୍ଷୟ ଓ ଟାଇଗରଙ୍କୁ ମଞ୍ଚରେ ଦେଖିବାକୁ ମିଳିଛି, ଯେଉଁଠି ସେମାନେ ଲକ୍ଷ୍ନୌ ଆସି ଉତ୍ସାହିତ ଥିବା କହୁଛନ୍ତି। ଧିରେଧିରେ ଲୋକ ସଂଖ୍ୟା ବଢିବା ସହ ସୁରକ୍ଷାକର୍ମୀମାନେ ଭିଡ଼ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼ିଥିଲା। ଅନେକ ଲୋକ ସାମ୍ନାକୁ ଚପଲ ଫିଙ୍ଗୁଥିବା ଦେଖିବାକୁ ମିଳିଥିଲା। ଭିଡ଼ ମଧ୍ୟରେ ଅନେକ ଚପଲ ମୈଦାନର ଚାରିଆଡ଼େ ପଡ଼ିଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ମୁତାବକ, କାର୍ଯ୍ୟକ୍ରମରେ ଅକ୍ଷୟ ଓ ଟାଇଗର ବିଳମ୍ବରେ ପହଞ୍ଚିବାକୁ ନେଇ ଲୋକେ ଉତ୍ୟକ୍ତ ହୋଇଥିଲେ ଏବଂ ମଞ୍ଚ ଉପରକୁ ଚପଲ ଫିଙ୍ଗିଥିଲେ। ପ୍ରବଳ ହଙ୍ଗାମା କାରଣରୁ କିଛି ସମୟ ପାଇଁ କାର୍ଯ୍ୟକ୍ରମ ବନ୍ଦ କରିଦିଆ ଯାଇଥିଲା। ସ୍ଥିତି ନିୟନ୍ତ୍ରଣ କରିବାକୁ ପୁଲିସକୁ ଶେଷରେ ଲାଠି ଚାର୍ଜ କରିବାକୁ ପଡ଼ିଥିଲା। କାର୍ଯ୍ୟକ୍ରମରେ ଏକାଠି ହୋଇଥିବା ପ୍ରଶଂସକଙ୍କୁ କିଛି ସମୟ ଅପେକ୍ଷା କରିବାକୁ ପଡ଼ିଥିବାରୁ ଟାଇଗର କ୍ଷମା ମାଗୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଏହାପରେ ସେ କହିଥିଲେ, ଲକ୍ଷ୍ନୌ ଆସିବା ଏବଂ ସେଠାକାର ଶକ୍ତି ଦେଖିବା ତାଙ୍କ ପାଇଁ ଏପର୍ଯ୍ୟନ୍ତା ସବୁଠାରୁ ଆଶ୍ଚର୍ଯ୍ୟଜନକ ମୁହୂର୍ତ୍ତ ଥିଲା। ଏହି ଇଭେଣ୍ଟ ସମୟରେ ତାରକାମାନେ କିଛି ଏରିୟଲ୍ ଷ୍ଟଣ୍ଟ୍ ମଧ୍ୟ ପ୍ରଦର୍ଶନ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories