www.samajalive.in
Tuesday, December 9, 2025
23.1 C
Bhubaneswar

ଏହି ଗାଁରେ ବୁଲେଟ୍‌ ପ୍ରୁଫ୍‌ ଟ୍ରାକ୍ଟରରେ କରାଯାଏ ହଳ

ଚାଷ ଜମିକୁ ଲଙ୍ଗଳ କିମ୍ବା ଟ୍ରାକ୍ଟରରେ ହଳ କରାଯାଏ। କିନ୍ତୁ ବୁଲେଟ୍‌ ପ୍ରୁଫ୍‌ ଟ୍ରାକ୍ଟରରେ ହଳ କରାଯିବା କଥା କେବେ ଶୁଣିଛନ୍ତି କି ? ହଁ, ଭାରତରେ ଏପରି ଗାଁ ରହିଛି, ଯେଉଁଠି ବୁଲେଟ୍‌ ପ୍ରୁଫ୍‌ ଟ୍ରାକ୍ଟରରେ କରାଯାଏ ହଳ। ହରିୟାଣା ଏବଂ ଉତ୍ତର ପ୍ରଦେଶ ସୀମାରେ ରହିଛି ଏପରି ୪ଟି ଗାଁ। ସେଗୁଡ଼ିକ ହେଉଚି ସୋନୀପତର ଜାଜଲ ଓ ଖୁର୍ମପୁର ଏବଂ  ବାଗପତର ନିଭାଡ଼ା ଓ ନଙ୍ଗଲା ବହଲୋଲପୁର।

Image Courtesy: amar ujala

ତେବେ ଏହି ୪ଟି ଗାଁର ଚାଷୀମାନେ ବୁଲେଟ୍‌ ପ୍ରୁଫ୍‌ ଟ୍ରାକ୍ଟରରେ ଜମି ହଳ କରିବା ପଛରେ ରହିଛି ଗୋଟିଏ ବଡ଼ କାରଣ। ତାହା ହେଉଛି ଜମି ବିବାଦ। ଉକ୍ତ ୪ଟି ଗାଁର ପ୍ରାୟ ୪୫୦ ଏକର ଜମିକୁ ନେଇ ଚାଷୀମାନଙ୍କ ମଧ୍ୟରେ ୫ ଦଶନ୍ଧି ଧରି ବିବାଦ ଲାଗି ରହିଛି। ଏହାକୁ ନେଇ ପ୍ରତିବର୍ଷ ରକ୍ତାକ୍ତ ସଂଘର୍ଷ ଘଟିଥାଏ। ସୀମା ବିବାଦ ଯୋଗୁ ଖୁର୍ମପୁର ଗାଁର ଚାଷୀମାନେ ଚାଷ କାର୍ଯ୍ୟ କରିବା ସମୟରେ ନିଜର ସୁରକ୍ଷା ତଥା ଶତ୍ରୁପକ୍ଷର ଗୁଳି ଏବଂ ଅସ୍ତ୍ରଶସ୍ତ୍ର ଦ୍ବାରା ଆକ୍ରମଣରୁ ବର୍ତ୍ତିବା ଲାଗି ନିଜ ଟ୍ରାକ୍ଟରଗୁଡ଼ିକୁ ବୁଲେଟ୍‌ ପ୍ରୁଫ କରିଦେଇଛନ୍ତି। କେବଳ ଏତିକି ନୁହେଁ, ଆକ୍ରମଣର ପ୍ରମାଣ ସଂଗ୍ରହ ଲାଗି ଟ୍ରାକ୍ଟରଗୁଡ଼ିକରେ ସିସିଟିଭି କ୍ୟାମେରା ବି ଖଞ୍ଜାଯାଇଛି।

- Advertisement -

୧୯୭୪ରେ କେନ୍ଦ୍ର ସରକାର ବିବାଦର ସମାଧାନ କରିବା ଲାଗି ତତ୍କାଳୀନ କେନ୍ଦ୍ର ମନ୍ତ୍ରୀ ଉମାଶଙ୍କର ଦିକ୍ଷିତଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ। ସେତେବେଳେ ସ୍ଥିର ହୋଇଥିଲା ଯେ, ଉତ୍ତରପ୍ରଦେଶ ଚାଷୀମାନଙ୍କର ଯେଉଁ ଜମି ହରିୟାଣାରେ ରହିଛି ସେଥିରେ ହରିୟାଣାର ଚାଷୀ ଚାଷ କରିବେ ଏବଂ ହରିୟାଣା ଚାଷୀମାନଙ୍କର ଯେଉଁ ଜମି ଉତ୍ତରପ୍ରଦେଶରେ ରହିଛି ସେଥିରେ ଉତ୍ତର ପ୍ରଦେଶ ଚାଷୀ ଚାଷ କରିବେ। ଏଥିପାଇଁ ସୀମାରେ ଲୁହା ଖୁଣ୍ଟ ପୋତାଯାଇ ସୀମା ଚିହ୍ନଟ କରାଯିବା ସହିତ ଏହାକୁ ଦିକ୍ଷିତ ଆୱାର୍ଡ ନାମରେ ନାମିତ କରାଯାଇଥିଲା। କିନ୍ତୁ ପ୍ରତିବର୍ଷ ଯମୁନା ନଦୀର ଦିଗ ବଦଳୁଥିବାରୁ ଚାଷୀମାନେ କମିଟିର ନିଷ୍ପତ୍ତି ଅନୁସାରେ ଚାଷ ଜମିକୁ ଦଖଲ କରିପାରୁ ନାହାନ୍ତି। ଏହା ଫଳରେ ବିବାଦ ବଢ଼ିବା ସହିତ ରକ୍ତାକ୍ତ ସଂଘର୍ଷ ଘଟୁଛି।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories