BJD Bijuli 480×75 Mob

ମାଲକାନଗିରିରେ ନକଲି ମତଦାନ

ମତଦାତା ଆନ୍ଧ୍ରରେ ଖଟୁଛନ୍ତି ଦାଦନ

BJD Bijuli 480×75 Mob

ମାଲକାନଗିରି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବିଭିନ୍ନ ଅଞ୍ଚଳରେ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ତେବେ ଗୌଡଗୁଡା ଗ୍ରାମ ପଞ୍ଚାୟତର ଏକ ବୁଥରେ ନକଲି ଭୋଟର ମତଦାନ କରିଥିବା ଅଭିଯୋଗ ହୋଇଛି।
ମାଲକାନଗିରି ସଦର ବ୍ଲକ ସ୍ଥିତ ଗୌଡଗୁଡା ପଞ୍ଚାୟତ ଏମଭି-୧୦ ଗ୍ରାମରେ ଏହି ଗ୍ରାମର ୭ନଂ. ୱାର୍ଡରେ ଗତ ୧୬ ତାରିଖ ଦିନ ନିର୍ବାଚନ ହୋଇଥିଲା। ଏଥିରେ ୫ଜଣ ଭୋଟର ନକଲି ମତଦାନ ହୋଇଥିବା ଅଭିଯୋଗ ହୋଇଛି। ସେଥିମଧ୍ୟରୁ ମିହିର ଢାଲି, କ୍ରମିକ ସଂଖ୍ୟା ୩୫, ବିଶାଖା ବୈରାଗୀ, କ୍ରମିକ ସଂଖ୍ୟା ୬୫, ସୁରଞ୍ଜନ ସରକାର, କ୍ରମିକ ସଂଖ୍ୟା ୭୧, ଅପର୍ଣ୍ଣା ସରକାର, କ୍ରମିକ ସଂଖ୍ୟା୨୨୧, ତୃପ୍ତି ସରକାର କ୍ରମିକ ସଂଖ୍ୟା ୫୦ ଏହି ୫ଜଣଙ୍କ ମଧ୍ୟରୁ ଦୁଇଜଣ ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇଥିବା ବେଳେ ଅନ୍ୟ ଦୁଇଜଣ ମହିଳା ମତଦାତା ଜିଲା ବାହାରେ ରହିଥିବା ଜଣାପଡ଼ିଛି। ଏହି ୫ଜଣ ମତଦାତାଙ୍କ ପ୍ରତିବଦଳରେ ନକଲି ମତଦାତାଙ୍କୁ ଆଣି ମତଦାନ କରାଇଥିବା ଅଭି ଯୋଗହୋଇଛି।

 

ଏହି ମତଦାନ କରିଥିବା ନକଲି ମତଦାତାମାନେ ସେହି ଗ୍ରାମର ବିନାତ ବୈରାଗୀ, ଜ୍ୟୋତି ସରକାର, ରସମୟ ସରକାର, ପୂଜା ବୈରାଗୀ ଏହି ଚାରିଜଣ ନକଲି ଭୋଟର ଭାବେ ମତଦାନ କରିଛନ୍ତି ବୋଲି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀ, ଗ୍ରାମବାସୀ ଓ ପୋଲିଙ୍ଗ ଏଜେଣ୍ଟ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ବୁଧବାର ମାଲକାନଗିରି ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି। ଏହାବ୍ୟତୀତ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ମଧ୍ୟ ଲିଖିତ ଅଭି ଯୋଗ ହୋଇଛି। ସେହିପରି ଏହି ୱାର୍ଡରେ କିଛି ମୃତବ୍ୟକ୍ତିଙ୍କ ନାମରେ ମଧ୍ୟ ମତଦାନ ହୋଇଥିବା ପୋଲିଙ୍ଗ ଏଜେଣ୍ଟ ଅଭିଯୋଗ କରିଛନ୍ତିା ତେବେ ଏଠାରେ ପୁନର୍ବାର ମତଦାନ କରା ଯିବା ନିମନ୍ତେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିବା ପ୍ରାର୍ଥୀ ଓ ଗ୍ରାମବାସମାନେ ଦାବି କରିଛନ୍ତି।

Comments are closed.