ଫଡନବିସଙ୍କୁ ମାଓବାଦୀଙ୍କ ଧମକପୂର୍ଣ୍ଣ ଚିଠି

0

ମୁମ୍ବଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କୁ ମାଓବାଦୀମାନେ ଦୁଇଟି ଧମକପୂର୍ଣ୍ଣ ଚିଠି ଦେଇଛନ୍ତି। ରାଜ୍ୟ ଗୃହ ବିଭାଗର କହିବା ଅନୁଯାୟୀ ସପ୍ତାହ ତଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଧମକପୂର୍ଣ୍ଣ ଚିଠି ମିଳିଥିଲା। ଚିଠିକୁ ବାସ୍ତବରେ କିଏ ଓ କେଉଁ ଠାରୁ ପଠାଇଛି ତାହା ଜାଣିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି। ଚିଠି ଉପରେ ପ୍ରତିକ୍ରିୟା ଦେଇ ଫଡନବିସ କହିଛନ୍ତି ଯେ ଚିଠିରେ ଅନେକ କିଛି ଲେଖାଯାଇଛି। ପୁଲିସ ଏହାକୁ ଜବତ କରି ତଦନ୍ତ ଚଳାଇଛି। ନିକଟରେ ଗଡଚିରୋଲିରେ ହୋଇଥିବା ଅଭିଯାନରେ ୩୯ଜଣ ମାଓବାଦୀ ପ୍ରାଣ ହରାଇଥିଲେ।

Leave A Reply