www.samajalive.in
Saturday, December 13, 2025
17.1 C
Bhubaneswar

ତ୍ବଚା କ୍ରିମ୍‌କୁ ନେଇ ହୁଅନ୍ତୁ ସତର୍କ !

ଆଜିକାଲି ବଜାରରେ ଓ ଅନ୍-ଲାଇନ୍ ସାଇଟ୍୍‌ରେ ସଂଖ୍ୟାଧିକ କମ୍ପାନୀଗୁଡ଼ିକର ଭିଡ଼ ଦେଖିବାକୁ ମିଳୁଛି। ଯୁବତୀ, ମହିଳାମାନେ ମଧ୍ୟ ବିଭିନ୍ନ ବ୍ରାଣ୍ଡର ନେଲ୍‌ପଲିସ୍, ଲିପ୍‌ଷ୍ଟିକ୍, ଫାଉଣ୍ଡେସନ୍‌, ହ୍ବାଇଟେନିଂ କ୍ରିମ୍ (ରଙ୍ଗ ଗୋରା କରୁଥିବା କ୍ରିମ୍) ଇତ୍ୟାଦି କିଣିବାର ସଂଖ୍ୟା ବଢ଼ିଚାଲିଛି। ନିକଟରେ ହୋଇଥିବା ଏକ ସର୍ବେକ୍ଷଣ ଅନୁସାରେ, ଦେଶବିଦେଶର ୨୧% ମହିଳା ହ୍ବାଇଟେନିଂ କ୍ରିମ୍ କିଣିବାକୁ ଅଧିକ ପସନ୍ଦ କରୁଛନ୍ତି। ସନ୍-ଟ୍ୟାନ୍ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ତ୍ବଚା ମଳିନ ପଡ଼ିଲେ ଏଇ କ୍ରିମ୍‌ ତୁରନ୍ତ କାମରେ ଆସିଥାଏ। ବିଶେଷଜ୍ଞ ଦଳ ଏ ବାବଦରେ ସେମାନଙ୍କୁ ସତର୍କ କରାଇଛନ୍ତି। ନରୱେର ଗବେଷକ ଦଳ ୧,୫୦୦ ଯୁବତୀ ଓ ମହିଳାଙ୍କୁ ନେଇ ଏକ ପରୀକ୍ଷା କରିଥିଲେ। ଏମାନଙ୍କ ବୟସ ସୀମା ୨୨ ବର୍ଷରୁ ୪୫ ବର୍ଷ ମଧ୍ୟରେ ଥିଲା। ଉଭୟ କର୍ମଜୀବୀ, ଗୃହିଣୀ ଏଥିରେ ସାମିଲ ଥିବାବେଳେ ସେମାନଙ୍କ ମତ ଭିନ୍ନଭିନ୍ନ ଥିଲା। କାହାର ଯୁକ୍ତି ଥିଲା, କର୍ମଜୀବୀ ହୋଇଥିବା କାରଣରୁ ତ୍ବଚା ରଙ୍ଗ ମଳିନ ହେଉଛି ତ’ ଅନ୍ୟ କେହି କହିଥିଲେ, ଦିନର ଅଧିକାଂଶ ସମୟ ରୋଷେଇ ଘରେ ଗରମରେ ରହିବା କାରଣରୁ ତ୍ବଚାର ରଙ୍ଗ ପ୍ରଭାବିତ ହେଉଛି। ଏହାର ସରଳ ସମାଧାନ ନିମନ୍ତେ ସେମାନେ ନାମୀ ବ୍ରାଣ୍ଡର ହ୍ବାଇଟେନିଂ କ୍ରିମ୍‌ ବ୍ୟବହାର କରୁଛନ୍ତି। ସୁନ୍ଦର ଦେଖାଯିବା ନିମନ୍ତେ ସେମାନଙ୍କର ଏହି ପ୍ରୟାସ ଯେ ଅନ୍ୟ ରୋଗକୁ ନିମନ୍ତ୍ରଣ କରୁଛି, ସେ ବାବଦରେ ମହିଳାମାନେ ଜାଣିନାହାନ୍ତି। ନିୟମିତ ଏଇ ସବୁ କ୍ରିମ୍ ତ୍ବଚାରେ ପ୍ରୟୋଗ କରିବା ପରେ ଶରୀରର ଆଡ୍ରାନିଲ୍ ଗ୍ଲାଣ୍ଡ ପ୍ରଭାବିତ ହୋଇଥାଏ। ଏପରିକି ଏହି କ୍ରିମ୍ ଲଗାଇବାର କିଛି ଦିନ/ମାସ ପରେ ଜଣେ ସାମାନ୍ୟ କାମ କରି ଥକ୍କା ଅନୁଭବ କରିଥାନ୍ତି। ଏସବୁ କ୍ରିମ୍‌ର ବାସ୍ନା ଖୁବ୍ ଭଲ କିନ୍ତୁ ପ୍ରକୃତରେ ତାହା ତ୍ବଚା ଓ ଶରୀରକୁ କ୍ଷତି ପହଞ୍ଚାଇଥାଏ। କ୍ରିମ୍ ଲଗାଇବା କାରଣରୁ ତ୍ବଚାରୁ ନିର୍ଗତ ହେଉଥିବା ପ୍ରାକୃତିକ ତୈଳ ମଧ୍ୟ ବାହାରିନଥାଏ। ବିଶେଷଜ୍ଞଙ୍କ ମତରେ ଏସବୁ ନାମୀ କମ୍ପାନୀର କ୍ରିମ୍ ଲଗାଇବା ପରିବର୍ତ୍ତେ ବରଂ ତ୍ବଚାର ଘ‌େରାଇ ଉପଚାର କରିବା ଉଚିତ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories