୨୦୧୭ ଅମରନାଥ ଯାତ୍ରୀ ଆକ୍ରମଣ ଘଟଣା; ପିଡିପିର ପୂର୍ବତନ ବିଧାୟକଙ୍କ କାର୍‌ ବ୍ୟବହାର କରିଥିଲେ ଆତଙ୍କବାଦୀ

0

ଶ୍ରୀନଗର : ୨୦୧୭ରେ ଅମରନାଥ ତୀର୍ଥଯାତ୍ରୀଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଏନଆଇଏ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରକାଶ କରିଛି। ଆତଙ୍କବାଦୀମାନେ ତୀର୍ଥଯାତ୍ରୀଙ୍କ ଉପରେ ଆକ୍ରମଣ ପାଇଁ ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି)ର ପୂର୍ବତନ ବିଧାୟକ ଇଜାଜ୍ ଅହମ୍ମଦ ମିର୍‌ଙ୍କ କାର୍‌କୁ ବ୍ୟବହାର କରିଥିଲେ। ଜାମ୍ମୁ-କାଶ୍ମୀର ପୁଲିସ ଏଡିଜିଙ୍କ ନିକଟକୁ ଏନଆଇଏ ଲେଖିଥିବା ଚିଠିରେ ଏହି ଦାବି କରିଛି। ଏନଆଇଏ କହିଛି ଯେ ଅମରନାଥ ତୀର୍ଥଯାତ୍ରୀଙ୍କ ଉପରେ ଆକ୍ରମଣ ପାଇଁ ଇଜାଜ୍ ମିର୍‌ଙ୍କ କାର୍‌ ବ୍ୟବହାର କରାଯାଇଥିଲା। ୨୦୧୭ ଜୁଲାଇ ୧୦ରେ ହୋଇଥିବା ଏହି ଆକ୍ରମଣରେ ୮ଜଣ ତୀର୍ଥଯାତ୍ରୀ ପ୍ରାଣ ହରାଇବା ସହ ୧୮ଜଣ ଆହତ ହୋଇଥିଲେ। ଏହି ଘଟଣାରେ ପୁଲିସ ମିର୍‌ଙ୍କ ଗାଡି ଚାଳକ ତୌସିଫ୍ ଅହମ୍ମଦଙ୍କୁ ଗିରଫ କରିଥିଲା। ଆତଙ୍କବାଦୀଙ୍କ ପ୍ରତି ମିର୍‌ ଅନେକ ସମୟରେ କୋହଳ ମନୋଭାବ ଦେଖାଉଥିବା ଅଭିଯୋଗ ହୋଇଆସୁଛି।

Leave A Reply