ଇଭିଏମ ଭାଙ୍ଗିବା ଘଟଣାରେ ମୁହଁ ଖୋଲିଲେ ସତ୍ୟବାଦୀ ବିଜେପି ପ୍ରାର୍ଥୀ ଓମ ପ୍ରକାଶ

ସତ୍ୟବାଦୀ : ଇଭିଏମ ଭାଙ୍ଗିବା ଅଭିଯୋଗ ଥିବା ସତ୍ୟବାଦୀ ବିଜେପି ପ୍ରାର୍ଥୀ ଓମ ପ୍ରକାଶ ମିଶ୍ର ଶୁକ୍ରବାର ମୁହଁ ଖୋଲିଛନ୍ତି। ଏକ ଭିଡିଓ ଜରିଆରେ ଓମ ପ୍ରକାଶ କହିଛନ୍ତି, ୭ଟି ବୁଥରେ ବୁଥ ରିଗିଂ ଏବଂ ବୋଗସ ଭୋଟିଂ ହେଉଥିଲା। ଏମତି କି କିଛି ମୃତ ବ୍ୟକ୍ତିଙ୍କ ନାମରେ ଭୋଟିଂ କରାଯାଉଥିବା ସେ କହିଛନ୍ତି। ଏ ନେଇ ନିର୍ବାଚନ ଅଧିକାରୀ ଓ ପୁଲିସକୁ ଜଣାଇଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ସେ ଅଭିଯୋଗ କରିଛନ୍ତି। ତେଣୁ ଏହି ଘଟଣାର ନିରପକ୍ଷ ତଦନ୍ତ କରାଯାଉ ବୋଲି ଓମ ପ୍ରକାଶ ଦାବି କରିଛନ୍ତି।
ସେ ଆହୁରି କହିଛନ୍ତି ମୁଁ ଦୋଷୀ ସାବ୍ୟସ୍ତ ହେଲେ ଦଣ୍ଡବିଧାନ କରାଯାଉ। ଏହି ଘଟଣା ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇ ତଦନ୍ତ କରାଯାଉ ବୋଲି ଓମ ପ୍ରକାଶ କହିଛନ୍ତି।

kalyan agarbati

Comments are closed.