www.samajalive.in
Sunday, December 7, 2025
14.1 C
Bhubaneswar

ସନ୍ଧ୍ୟା ସମୟରେ ମାନନ୍ତୁ ଏହି ନିୟମ

ଶାସ୍ତ୍ରରେ କୁହାଯାଇଛି ଯେ, ଯେଉଁ ଘରେ ନିୟମିତ ରୂପେ ସଫାସୁତୁରା ହୁଏ ସେଠାରେ ଲକ୍ଷ୍ମୀ ବାସ କରନ୍ତି। କିନ୍ତୁ ବେଳେବେଳେ ଭୁଲବଶତଃ ଆମେ ଏପରି କିଛି କାମ କରିଥାଉ ଯାହାଦ୍ୱାରା ଲକ୍ଷ୍ମୀଙ୍କ କୋପର ଶିକାର ହେବାକୁ ପଡିଥାଏ। ସନ୍ଧ୍ୟା ସମୟରେ ଶୋଇବା, ସନ୍ଧ୍ୟା ସମୟରେ ଝାଡୁ କରିବା ଇତ୍ୟାଦି ଦ୍ୱାରା ଘରେ ଅଶୁଭ ଶକ୍ତି ପ୍ରବେଶ କରିଥାନ୍ତି। ଆସନ୍ତୁ ଜାଣିବା, ସନ୍ଧ୍ୟା ସମୟରେ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ ..
ସନ୍ଧ୍ୟାରେ ଝାଡୁ କରିବା ଅନୁଚିତ :
ଘରକୁ ଠିକ ଭାବେ ସଫା କରିବା ଦ୍ୱାରା ଲକ୍ଷ୍ମୀ ବାସ କରିଥାନ୍ତି। କିନ୍ତୁ ସନ୍ଧ୍ୟା ସମୟରେ ଘର ସଫା କରିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଘରେ ଦରିଦ୍ରତା ଓ ଋଣ ଭାର ବଢିଥାଏ। ଏହା ସହ ଘର ଭିତରୁ ସକରାତ୍ମକ ଶକ୍ତି ବାହାରକୁ ବାହାରି ଯାଇଥାଏ। ତେଣୁ କେବେ ବି ସନ୍ଧ୍ୟା ସମୟରେ ଘରେ ଝାଡୁ କରନ୍ତୁ ନାହିଁ।


ସନ୍ଧ୍ୟା ସମୟରେ ଶୋଇବା ଅନୁଚିତ :
କେବେ ବି ଭୁଲରେ ସନ୍ଧ୍ୟା ସମୟରେ ଶୁଅନ୍ତୁ ନାହିଁ। ଏପରି କରିବା ଦ୍ୱାରା ପରିବାରର ସମସ୍ତେ ଦରିଦ୍ରତାର ଶିକାର ହୋଇଥାନ୍ତି। ସନ୍ଧ୍ୟା ସମୟରେ ପୂଜା କରନ୍ତୁ।
ସନ୍ଧ୍ୟାରେ ତୁଳସୀ ପତ୍ର ଛିଡାନ୍ତୁ ନାହିଁ :
ସନ୍ଧ୍ୟା ସମୟରେ ଘରେ ଓ ମନ୍ଦିରରେ ସମସ୍ତେ ପୂଜା କରିଥାନ୍ତି। କିନ୍ତୁ ସନ୍ଧ୍ୟା ସମୟରେ ପୂଜା ନିମନ୍ତେ ତୁଳସୀ ପତ୍ର ଛିଣ୍ଡାଇବା ଅନୁଚିତ। ଏପରି କରିବା ଦ୍ୱାରା ଘରର ଆର୍ଥିକ ସ୍ଥିତି ଦୁର୍ବଳ ହୋଇଯାଏ। ତେଣୁ ସନ୍ଧ୍ୟାରେ କେବେ ବି ତୁଳସୀ ପତ୍ର ଛିଣ୍ଡାନ୍ତୁ ନାହିଁ।

- Advertisement -


ଟଙ୍କା ଦେବା ଓ ନେବା :
କାହାକୁ ଟଙ୍କା ଦେବା ଓ ଆଣିବା ପାଇଁ ନିର୍ଦ୍ଦିଷ୍ଟ ଏକ ବାର ରହିଛି। ସବୁ ବାରରେ ଟଙ୍କା ଦେବା ଓ ଆଣିବା ଉଚିତ ନୁହେଁ। ତେଣୁ ସର୍ବଦା ସୋମବାର ଓ ବୁଧବାର ଦିନ ଟଙ୍କା ଦେବା-ନେବା କରିବା ଉଚିତ।
ଘରର ମୁଖ୍ୟଦ୍ୱାର ଅପରିଷ୍କାର କରନ୍ତୁ ନାହିଁ :
ଘରର ମୁଖ୍ୟଦ୍ୱାରକୁ ସର୍ବଦା ସଫା ରଖନ୍ତୁ। ଏହାସହ ଘରର ପ୍ରତ୍ୟେକ କୋଣକୁ ନିୟମିତ ରୂପେ ସଫା କରିବା ଉଚିତ। ଘରର ମୁଖ୍ୟଦ୍ୱାର ଓ କୋଣକୁ ନିୟମିତ ରୂପେ ସଫା ନ କରିବା ଦ୍ୱାରା ପରିବାର ସଦସ୍ୟଙ୍କ ଆର୍ଥିକ ସ୍ଥିତି ଓ ସ୍ୱାସ୍ଥ୍ୟାଗତ ସମସ୍ୟା ଦେଖା ଦେଇଥାଏ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories