ଆଜି ଆପଣଙ୍କ ଭାଗ୍ୟରେ କଣ ଅଛି: ଜାଣନ୍ତୁ ସୋମବାର ରାଶିଫଳ

ମେଷ: ପଥିତ ପ୍ରଭାବ ସମ୍ପନ୍ନ ହୋଇପାରନ୍ତି। ଶୌର୍ଯ୍ୟଶାଳୀ ହେବେ। ଜିତେନ୍ଦ୍ରୀୟ ହେବେ। ଜଣେ ଉତ୍ତମ ବକ୍ତାଭାବେ ନିଜର ଜନ-ମନ ମୁଗ୍ଧକର ହେବେ। ଦିନ ଭିତରେ ବାରମ୍ବାର ପୋଷାକ ପରିବର୍ତ୍ତନ କରିବେ।
ବୃଷ: ସଦାସର୍ବଦା ସମୃଦ୍ଧ ରହିବେ। ବେଦ ଅଧ୍ୟୟନକରି ଜିଜ୍ଞାସା ପୂର୍ଣ୍ଣ କରିବେ। ଛନ୍ଦକପଟ ହୀନ ସରଳ ଜୀବନଯାପନ କରିବେ। କୀର୍ତ୍ତିମାନ୍‌ ପୁତ୍ର ପାଇଁ ଗର୍ବ ଅନୁଭବ କରିବେ। ପ୍ରିୟ ଲୋକଙ୍କ ସାନ୍ନିଧ୍ୟ ପାଇବେ।
ମିଥୁନ: କୃଷି କର୍ମ ବିଶାରଦ ହେବେ। ନିଜ ଉଦ୍ୟାନ କର୍ମରେ ନିୟୋଜିତ ହୋଇପାରନ୍ତି। ବ୍ରହ୍ମଜ୍ଞାନୀ ହେବାର ଆଶା ପୋଷଣ କରି ଶାସ୍ତ୍ରଗୁଡ଼ିକୁ କରାୟତ୍ତ କରିବାକୁ ଉଦ୍ୟମ କରିବେ। ସୁସ୍ଥ ଓ ନିରାମୟ ରହିବେ।
କର୍କଟ:ଜନସାଧାରଣଙ୍କ ହିତକାରୀ ହେବେ। ପରୋପକାରୀ ହୋଇପାରନ୍ତି। ଯାନବାହନ ସୁଖ ମିଳିବ। ଆଶା କରୁନଥିବା ସଂସ୍ଥାରୁ ଅର୍ଥାଗମ ହୋଇପାରେ। ପ୍ରିୟଭାଷୀ ହେବେ। ଲୋକଙ୍କ ଆଦରର ପାତ୍ର ହେବେ।
ସିଂହ: ଆଚାର ବ୍ୟବହାରରେ ଶତ୍ରୁମାନଙ୍କର ପ୍ରଣମ୍ୟ ହୋଇପାରନ୍ତି। ସାରା ଦିନ ସୁଖୀ ହିସାବରେ ସମୟ ଅତିବାହିତ କରିପାରନ୍ତି। ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହୋଇପାରେ। ସତ୍‌ ପ୍ରେରଣାଦାୟୀ ହେବେ।
କନ୍ୟା:ପ୍ରତ୍ୟେକ ଲୋକଙ୍କୁ ଭଲ ପାଇବା ଓ ଅବାଟରୁ ବାଟକୁ ଆଣିବାର କଳା ଆପଣଙ୍କଠାରେ ଅଛି। ବେଳେବେଳେ ଉତ୍ତେଜିତ ହୋଇ ଭଲ ପାଇବାର ଚରମ ସୀମାକୁ ସ୍ପର୍ଶ କରିପାରନ୍ତି। ବିଳାସୀ ହେବେ।
ତୁଳା: ଶତ୍ରୁ ଉପରେ ବିଜୟ ହାସଲ କରିପାରନ୍ତି। କର୍ମଚଞ୍ଚଳ ରହିବେ। ଥଣ୍ଡା କଫଜନିତ ସାମାନ୍ୟ କ୍ଲେଶ ଅନୁଭବ କରିପାରନ୍ତି। ରାଜଯୋଗ ଥିବାରୁ ଉଚ୍ଚାସନ ମିଳିପାରେ। ସାହସୀ ଓ ଜ୍ଞାନୀ ହେବେ।
ବିଛା: ଭାଷା ମାର୍ଜିତ ଓ ସ୍ନେହପୂର୍ଣ୍ଣ ହେବ। ସମ୍ମାନସ୍ପଦ ଓ ନିପୁଣ ହେବେ। ପ୍ରଭୂତ ଶୁଭ କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବ୍ରହ୍ମ ଉପାସକ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ବିଭାଗୀୟ ଅର୍ଥ ଓ ସମ୍ମାନ ପାଇବେ।
ଧନୁ: ନୃପତି ପ୍ରଭାବସମ୍ପନ୍ନ ହେବେ। ଶତ୍ରୁମାନଙ୍କ ଉପରେ ବିଜୟ ହାସଲ କରିବେ। ନୃଦେବ ସମ୍ମାନରେ ସମ୍ମାନିତ ହେବେ। ଦୟାଳୁ ସ୍ବଭାବର ହେବେ। କୁଳ ଉଦ୍ଧାରକ ପୁତ୍ର ତଥା ବଂଶ ମର୍ଯ୍ୟାଦା ରକ୍ଷା କରିବେ।
ମକର: ନାନା ବିଭବରେ ମଣ୍ଡିତ ହୋଇପାରନ୍ତି। ପୁତ୍ର, ପତ୍ନୀ ସୁଖ ଅନୁଭବ କରିପାରନ୍ତି। ଅଧିକ ବନ୍ଧୁତା ଅର୍ଜନ କରିପାରନ୍ତି। ଯାହା ପାଇବେ ସେଥିରେ ଚିତ୍ତ ସନ୍ତୁଷ୍ଟ ହେବ। ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ।
କୁମ୍ଭ:ସ୍ବାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ପ୍ରଥମେ ଉପୁଜିଥିବା ବ୍ୟତିକ୍ରମକୁ କୌଶଳ ପ୍ରୟୋଗ କରି ଅତିକ୍ରମ କରିବାକୁ ପଡ଼ିବ। କ୍ରୋଧର ସ୍ଫୁଲିଙ୍ଗଠାରୁ ନିଜକୁ ଦୂରେଇ ରଖିବାକୁ ପଡ଼ିବ।
ମୀନ: ସ୍ବେଚ୍ଛାକୃତଭାବେ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ସରକାରୀ କାର୍ଯ୍ୟରେ ଦକ୍ଷତା ପ୍ରତିପାଦିତ କରିପାରନ୍ତି। ରାଜପୂଜା ମିଳିବ। ଧନବାନ୍‌ ହେବେ। ସତ୍ୟ ପ୍ରତିଷ୍ଠା ପାଇଁ ବଦ୍ଧ ପରିକର ହେବେ।

Comments are closed.