www.samajalive.in
Thursday, December 11, 2025
13.1 C
Bhubaneswar

ଓଡିଶା ଟ୍ରାନ୍ସଫର୍ମର ନିର୍ମାତା ସଂଘର ବାର୍ଷିକ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ

ପିପିିଲି:ଓଡିଶା ଟ୍ରାନ୍ସଫର୍ମର ମାନୁପାକ୍‌‌ଚରର୍ସ ଆସୋସିଏସନ(ଓଟିଏମ୍‌‌ଏ)ର ଦ୍ୱିତୀୟ ବାର୍ଷିକ ସାଧାରଣ ପରିଷଦ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ ପିପିଲି ନିକଟବର୍ତ୍ତୀ ସିଉଳା ସ୍ଥିତ ଆଡ୍‌‌ଭେଞ୍ଚର ରିସୋର୍ଟ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ଓଟିଏମ୍‌‌ଏ ର ସଭାପତି ସାରଦା ପ୍ରସନ୍ନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ଓଏଏସ୍‌‌ଏମ୍‌‌ଇ ର ଅଧ୍ୟକ୍ଷ ଗୌରୀ ଶଙ୍କର ଦାଶ ଓ ମହାସଚିବ ସାତ୍ତ୍ୱିକ ସ୍ୱାଇଁ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ସଂଘର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ନାୟକ ବିବରଣୀ ପାଠ କରିବା ସହ ସଂଘର ଆଗାମୀ ଲକ୍ଷ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଓଡିଶାରେ ବିଦ୍ୟୁତ୍‌‌ ଟ୍ରାନ୍ସଫର୍ମର ଉତ୍ପାଦନ କ୍ଷେତ୍ରକୁ ଆଗକୁ ବଢାଇବାରେ ଓଡିଶା ଟ୍ରାନ୍ସଫର୍ମର ନିର୍ମାତା ସଂଘର ଯୁଗାନ୍ତକାରୀ ପଦକ୍ଷେପ ଓ ଉଦ୍ୟମ ସଂପର୍କରେ ସଂଘର ସଭାପତି ଶ୍ରୀଦାସ ଆଲୋକପାତ କରିଥିଲେ। ନିୟାମକ ଚ୍ୟାଲେଞ୍ଜ, ବୈଷୟିକ ଉନ୍ନତି ଏବଂ ବଜାର ଧାରା ସମେତ ଓଡିଶାରେ ଟ୍ରାନ୍ସଫର୍ମର ଉତ୍ପାଦନ ଶିଳ୍ପ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଓ ତାର ସଫଳ ସମାଧାନର ବିଭିନ୍ନ ଦିଗ ଉପରେ ଏହି ବୈଠକରେ ବିଷଦ ଭାବେ ଆଲୋଚନା କରାଯାଇଥିଲା।

- Advertisement -

ଟ୍ରାନ୍ସଫର୍ମର ଉତ୍ପାଦନ କ୍ଷେତ୍ରରେ ଉତ୍କର୍ଷତା, ନୂତନ ଉଦ୍ଭାବନ ଏବଂ ସ୍ଥାୟିତ୍ୱକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ନେଇ ସଂଘ କାର୍ଯ୍ୟ କରିଆସୁଥିବା ସଂପର୍କରେ ସଂଘର ସଭାପତି ଶ୍ରୀଦାସ ପ୍ରକାଶ କରିଥିଲେ। ଶେଷରେ ସଂଘର କାର୍ଯ୍ୟକାରୀ ଯୁଗ୍ମ ସଂପାଦକ ବିଜୟ କିଶୋର ନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ନୂତନ ସଭାପତି ଭାବେ ସାରଦା ପ୍ରସନ୍ନ ଦାସ, ସାଧାରଣ ସମ୍ପାଦକ ଭାବେ ପ୍ରଦୀପ କୁମାର ନାୟକ, ଯୁଗ୍ମ ସମ୍ପାଦକ ଓ କୋଷାଧ୍ୟକ୍ଷ ଭାବେ ବିଜୟ କିଶୋର ନନ୍ଦ, ଉପସଭାପତି ଭାବେ ସତ୍ୟବ୍ରତ ଜିତ୍‌‌ (ପଶ୍ଚିମ ଓଡିଶା), ହୃଷିକେଶ ଦାସ (କେନ୍ଦ୍ରୀୟ), ଶୋଭନ ଦାସ ମହାପାତ୍ର (ଉତ୍ତର ଓଡିଶା) ଓ ମଧୁସୂଦନ ସାବତ (ଦକ୍ଷିଣ ଓଡିଶା) ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ। ସଂଘର ବରିଷ୍ଠ ସଦସ୍ୟ ସବ୍ୟସାଚୀ ବେହେରା ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଳାଇ ଥିଲେ। ଏହି ଅବସରରେ ନୂତନ କର୍ମକର୍ତ୍ତାଙ୍କ ସମେତ ବିଭିନ୍ନ ଜିଲାରୁ ଆସିଥିବା ସଂଘର ବରିଷ୍ଠ ସଦସ୍ୟମାନଙ୍କୁ ଉତ୍ତରୀୟ ଓ ଫୁଲତୋଡା ଦେଇ ସ୍ୱାଗତ କରାଯାଇଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories