www.samajalive.in
Friday, December 12, 2025
14.1 C
Bhubaneswar

ଡଙ୍ଗରିଆଙ୍କ ଭୋଟ ବର୍ଜନ ଚେତାବନୀ

କଲ୍ୟାଣସିଂହପୁର : ଡଙ୍ଗରିଆଙ୍କ ମିଥ୍ୟା ମାମଲା ପ୍ରତ୍ୟାହାର କରାଯାଉ, ନହେଲେ ଭୋଟ ବର୍ଜନ କାରାଯିବ ବୋଲି ଚେତାବନୀ ଦିଆଯାଇଛି। ଆଜି ନିୟମଗିରି ପାହାଡ ନିକଟ ପାର୍ସାଲି ପଞ୍ଚାୟତରେ  ନିୟମଗିରିରେ ବସବାସ କରୁଥିବା ୩୮ଖଣ୍ଡ ଗ୍ରାମର ଡଙ୍ଗରିଆ ମହିଳା ପୁରୁଷ ମାନେ ଏକତ୍ରିତ ହୋଇ ଏକ ବୈଠକ କରିଥିଲେ ।  ୨୦୦୮ରୁ ୨୦୧୭ ମସିହାର ଡଙ୍ଗରିଆମାନଙ୍କ ନାମରେ ଯେଉଁ ମାମଲା ମାନେ ରହିଛି ସେ ସବୁ ମାମଲା ଗୁଡିକୁ ଉଠାଇ ଦିଆଯିବ ବୋଲି ପୁଲିସ ପ୍ରଶାସନ ପ୍ରତିଶ୍ରୁତି ଦେଇଲା।  ପୁଲିସ ପ୍ରଶାସନିକ ଅଧିକାରୀଙ୍କୁ ଭେଟିବା ପାଇଁ ନିୟମଗିରି ପାହାଡର ୩୮ ଖଣ୍ଡ ଗାଁର ଡଙ୍ଗରିଆ ମହିଳା ପୁରୁଷ ରୁଣ୍ଡ ହୋଇଥିଲେ।
ପୁଲିସ ପ୍ରଶାସନିକ ଅଧିକାରୀ ନ ଆସିବାରୁ ନିୟମଗିରିରୁ ଆସିଥିବା ସମସ୍ତ ଡ଼ଙ୍ଗରିଆ କନ୍ଧ ମାନେ ଏକତ୍ରିତ ହୋଇ ଏକ ବୈଠକ  କରିଥିଲେ । ଏଥିରେ ଆମେ ଆମ ହକ ପାଇଁ ଲଢୁଛୁ , ବେଦାନ୍ତ ହେବାରୁ ନିୟଗିରି ପାହାଡ଼ରୁ ଖଣି ଖନନ ନକରି ନିଜ ନିୟମଗିରିରେ ପବନ, ଜଳ, ଜଙ୍ଗଲ, ଜମି ବଞ୍ଚାଇବା ପାଇଁ ଆମେ ଲଢେଇ କରୁଛୁ କିନ୍ତୁ ସରକାର ମିଥ୍ୟା ମକଦ୍ଦମା ରୁଜୁ କରି ୩୮ ଜଣ ନାମରେ ମାମଲା କରିଛନ୍ତି । ସେହି ସବୁ ମାମଲାରୁ ପ୍ରତ୍ୟାହାର କରାଯାଉ, ନ ହେଲେ ଆମେ ଭୋଟ୍ ବର୍ଜନ କରିବୁ ବୋଲି ନିୟମଗିରି ପାହାଡ ଆବାହକ ଲଦ ଶିକକା, କୃଷ୍ଣ ହିକକା, ଦଦି ଶିକକା, ଦାସୁରୁ କାଡ୍ରାକା,ସାଇବୁ କୁର୍ଷିକା ,ଡ୍ରିକା କାଡ୍ରାକା,ସମ୍ବାରୁ  ହୁଈକା ପ୍ରମୁଖ କହିଛନ୍ତି ।
ଅନ୍ୟପକ୍ଷରେ ଥାନା ଅଧିକାରୀ ନୀଳକଣ୍ଠ ବେହେରା ଜିଲାର ପୁଲିସ ପ୍ରଶାସନିକ ଅଧିକାରୀ ଖୁବ ଶୀଘ୍ର ନିୟମଗିରି ଆସି ଡଙ୍ଗରିଆମାନଙ୍କ ସମସ୍ୟା ସମାଧାନ ପାଇଁ ଆଲୋଚନା କରିବେ ବୋଲି କହିଛନ୍ତି । ଉକ୍ତ ଅଞ୍ଚଳର ଚତୁଃପାର୍ଶ୍ୱରେ ଯବାନ ଓ ପୁଲିସ ମୁତୟନ ରହିଥିଲେ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories