କେମିତି କଟିବ ଏ ସପ୍ତାହ, କଣ ରହିଛି ଆପଣଙ୍କ ଭାଗ୍ୟଫଳ

ମେଷ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କାର୍ଯ୍ୟକ୍ଷେତ୍ରରେ ଯଶ, ମାନ, ଗୌରବ ବୃଦ୍ଧି ହେବ। ବନ୍ଧୁ ମିଳନର ଯୋଗ ସୃଷ୍ଟି ହେବ। ବ୍ୟବସାୟରେ ଲାଭବାନ ହେବେ। ବୁଧବାର ଓ ଗୁରୁବାର ପ୍ରୀତିଲାଭ କରିବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ। ଶୁକ୍ରବାର ଓ ଶନିବାର ଜଗିରଖି ଚଳିବେ। ଅସୁସ୍ଥତା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ କର୍ମ ତତ୍ପର ହେବେ। ରିଷ୍ଟ ଖଣ୍ଡନ ପାଇଁ ଓଁ ହ୍ରୀ ଓଁ ମନ୍ତ୍ର ଜପ କରନ୍ତୁ।
ବୃଷ: ରବିବାର ଓ ସୋମବାର ସାମାନ୍ୟ କଥାକୁ ନେଇ ଚିନ୍ତିତ ହେବେ। ବିଳମ୍ବରେ କାର୍ଯ୍ୟସିଦ୍ଧି ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ କର୍ମକ୍ଷେତ୍ରରେ ସଫଳତା ଲାଭ ହେବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଶୁକ୍ରବାର ଓ ଶନିବାର କର୍ମରେ ଆନନ୍ଦ ପ୍ରାପ୍ତ ହେବ। ଋଣମୁକ୍ତି ପାଇଁ ପ୍ରୟାସ କରିବେ। ମହିଳା ଓ ବିଦ୍ୟାର୍ଥୀ ଆନନ୍ଦଲାଭ କରିବେ। ରିଷ୍ଟ ଖଣ୍ଡନ ପାଇଁ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ।
ମିଥୁନ:ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଭଲରେ ଯିବନାହିଁ। ଆଘାତପ୍ରାପ୍ତ ହୋଇପାରନ୍ତି। ଅର୍ଥ ହାନି ହୋଇପାରେ। ବୁଧବାର ଓ ଗୁରୁବାର ପିଲାଙ୍କ ଚିନ୍ତା ବଳବତ୍ତର ରହିବ। ଧାର୍ମିକ କାର୍ଯ୍ୟରେ ମନ ଦେବେ। ଶୁକ୍ରବାର ଓ ଶନିବାର ଶତ୍ରୁ ପରାସ୍ତ ହେବେ। ପ୍ରତିଯୋଗିତାରେ ବିଜୟୀ ହେବେ। ମହିଳା ଓ ବିଦ୍ୟାର୍ଥୀ ସଫଳତା ଲାଭ କରିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଗଣେଶଙ୍କ ଆରାଧନା କରନ୍ତୁ।
କର୍କଟ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପରିଶ୍ରମ ଅନୁସାରେ ଫଳ ପ୍ରାପ୍ତି ହେବ। ଆୟ ବୃଦ୍ଧି ହେବ। ନୂତନ କାର୍ଯ୍ୟରେ ଯୋଗଦେବେ। ବୁଧବାର ଓ ଗୁରୁବାର ପଡ଼ୋଶୀଙ୍କ ସହ କଳହ ଦେଖାଦେବ। ଅପମାନିତ ହୋଇପାରନ୍ତି। ଶୁକ୍ରବାର ଓ ଶନିବାର ସୁସମ୍ବାଦ ପ୍ରାପ୍ତ ହେବ। ଭ୍ରମତାପ୍ରିୟ ହେବେ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଶିବସ୍ତୋତ୍ର ପାଠ କରନ୍ତୁ।
ସିଂହ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ। ମାନହାନି ଘଟିପାରେ। ବୁଧବାର ଓ ଗୁରୁବାର କର୍ମକ୍ଷେତ୍ରରେ ଅଗ୍ରଗତି ଦେଖାଦେବ। ଉଦ୍ୟମେ କାର୍ଯ୍ୟସିଦ୍ଧି ହେବ। ଶୁକ୍ରବାର ଓ ଶନିବାର ଜଗିରଖି ଚଳିବେ। ପାରିବାରିକ ଅଶାନ୍ତି ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ସମ୍ବେଦନଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ।
କନ୍ୟା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଶ୍ରୀଯୁକ୍ତ ହେବେ। ନୂତନ ନିଯୁକ୍ତି ମିଳିପାରେ। ସମ୍ପତ୍ତି ଲାଭ ହେବ। ବୁଧବାର ଓ ଗୁରୁବାର ମାନସିକ ଅବସାଦ ଦେଖାଦେବ। ଶତ୍ରୁ ଦ୍ବାରା ପରାଭୂତ ହେବେ। ଶୁକ୍ରବାର ଓ ଶନିବାର କର୍ମକ୍ଷେତ୍ରରେ ଓ ବ୍ୟବସାୟରେ ଲାଭବାନ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବେ। ମହିଳା ଓ ବିଦ୍ୟାର୍ଥୀ ସଫଳତା ପାଇବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀବିଷ୍ଣୁ ସହସ୍ରନାମ ପାଠ କରନ୍ତୁ।
ତୁଳା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଅସୁବିଧାରେ ପଡ଼ିପାରନ୍ତି। ମାନସିକ ଅବସାଦ ହେତୁ କ୍ଲାନ୍ତି ଅନୁଭବ କରିବେ। ବୁଧବାର ଓ ଗୁରୁବାର ଆର୍ଥିକ ବୃଦ୍ଧି ହେବ। ବ୍ୟବସାୟରେ ଲାଭବାନ ହେବେ। ଶୁକ୍ରବାର ଓ ଶନିବାର ଯାତ୍ରା ଓ ଗମନାଗମନରେ ସମସ୍ୟା ଦେଖାଦେବ। ବ୍ୟୟ ଅଧିକ ହେବ। ମହିଳା ଓ ବିଦ୍ୟାର୍ଥୀ ଭାବିଚିନ୍ତି କାର୍ଯ୍ୟ କରିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।
ବିଛା:ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କର୍ମଦକ୍ଷତା ପରିଲକ୍ଷିତ ହେବ। ପ୍ରତିଯୋଗିତାରେ ବିଜୟୀ ହେବେ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ। ବୁଧବାର ଓ ଗୁରୁବାର ପୈତୃକ ସମ୍ପତ୍ତିକୁ ନେଇ ସମସ୍ୟା ଦେଖାଦେବ। ବିବାଦଗ୍ରସ୍ତ ହେବେ। ଶୁକ୍ରବାର ଓ ଶନିବାର ନୂତନ ଜମି କ୍ରୟ କରିପାରନ୍ତି। ଶତ୍ରୁକୁ ପରାସ୍ତ କରିବେ। ମହିଳା ଓ ବିଦ୍ୟାର୍ଥୀ ମିଶ୍ରିତ ଫଳ ପ୍ରାପ୍ତହେବ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଲକ୍ଷ୍ମୀ ନୃସିଂହ ମନ୍ତ୍ର ଜପ କରନ୍ତୁ।
ଧନୁ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଭାବିଚିନ୍ତି କାର୍ଯ୍ୟ କରନ୍ତୁ। ପରମ୍ପରାବାଦୀ ହେବେ। ବୁଧବାର ଓ ଗୁରୁବାର କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିବ। ବିଦେଶ ଯାତ୍ରା କରିପାରନ୍ତି। ଶୁକ୍ରବାର ଓ ଶନିବାର କାର୍ଯ୍ୟଦକ୍ଷତା ବୃଦ୍ଧିହେବ। କୃଷିଜାତ ଦ୍ରବ୍ୟରୁ ଲାଭବାନ ହେବେ। ମହିଳା ଓ ବିଦ୍ୟାର୍ଥୀ ବିଜୟୀ ହେବେ। ରିଷ୍ଟ ଖଣ୍ଡନ ପାଇଁ କାଳୀଙ୍କ ମନ୍ତ୍ରପାଠ କରନ୍ତୁ ଓ ଅପରାଜିତା ଫୁଲ ପ୍ରଦାନ କରନ୍ତୁ।
ମକର: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଆପଣଙ୍କ ସପକ୍ଷରେ ଯିବ। ନୂତନ ନିଯୁକ୍ତି ପାଇପାରନ୍ତି। ବୁଧବାର ଓ ଗୁରୁବାର ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ। ଶୁକ୍ରବାର ଓ ଶନିବାର ସଫଳତା ପ୍ରାପ୍ତହେବ। ଶତ୍ରୁ ପରାସ୍ତ ହେବେ। ଆୟ ବୃଦ୍ଧି ହେବ। ମହିଳା ଓ ବିଦ୍ୟାର୍ଥୀ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ରିଷ୍ଟ ଖଣ୍ଡନ ପାଇଁ ମା’ତାରାଙ୍କ ମନ୍ତ୍ର ପାଠ କରନ୍ତୁ।
କୁମ୍ଭ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଜଗିରଖି ଚଳିବେ। ଆର୍ଥିକ ଅନଟନ ଦେଖାଦେବ। ଅଯଥା ବିବାଦରେ ପଡ଼ିପାରନ୍ତି। ବୁଧବାର ଓ ଗୁରୁବାର ବନ୍ଧୁ ସାହାଯ୍ୟ ପ୍ରାପ୍ତହେବ। ଧାର୍ମିକ ଚିନ୍ତାଧାରା ବୃଦ୍ଧି ହେବ। ଶୁକ୍ରବାର ଓ ଶନିବାର ଅଧିକ ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି। ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ସୃଜନଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ମା’ଦୁର୍ଗା ସହସ୍ରନାମ ପାଠ କରନ୍ତୁ।
ମୀନ:ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ଦାମ୍ପତ୍ୟରେ ଆନନ୍ଦ ଲାଭ ହେବ। ନୂତନ ଦ୍ରବ୍ୟ କ୍ରୟ କରିବେ। ବୁଧବାର ଓ ଗୁରୁବାର ଜଗିରଖି ଚଳନ୍ତୁ। ଯାନବାହନ ଜନିତ ସମସ୍ୟା ଦେଖାଦେବ। ଶୁକ୍ରବାର ଓ ଶନିବାର ବୁଦ୍ଧି ଓ ଜ୍ଞାନ ବଳରେ ବିପଦକୁ ଏଡ଼ାଇ ଦେବେ। ମହିଳା ଓ ବିଦ୍ୟାର୍ଥୀ କର୍ମଠ ହେବେ। ରିଷ୍ଟ ଖଣ୍ଡନ ପାଇଁ ଓଁ ନମୋ ଭଗବତେ ବାସୁଦେବାୟ ମନ୍ତ୍ର ଜପ କରନ୍ତୁ।

Comments are closed.