www.samajalive.in
Saturday, December 6, 2025
26.1 C
Bhubaneswar

ଆଜି ଗୁଜରାଟ-ପଞ୍ଜାବ ୨ୟ ଲଢ଼େଇ

ମୁଲାନପୁର : ରବିବାର ପଞ୍ଜାବ କିଙ୍ଗ୍‌ସ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦୁଇ ଦଳ ଶେଷ ମ୍ୟାଚରେ ପରାଜିତ ହୋଇଥିବାରୁ ବିଜୟଧାରାକୁ ଫେରିବାର ଉଦ୍ୟମ କରିବେ। ପ୍ରଥମ ଚରଣ ମ୍ୟାଚରେ ପଞ୍ଜାବ ବିଜୟୀ ହୋଇଥିବା ବେଳେ ଗୁଜରାଟ ପ୍ରତିଶୋଧ ଲକ୍ଷ୍ୟ ନେଇ ଖେଳିବ। ଶୁବମାନ୍‌ ଗିଲ୍‌ଙ୍କ ନେତୃତ୍ବାଧିନ ଗୁଜରାଟ ଟାଇଟାନ୍ସ ୭ଟି ମ୍ୟାଚରୁ ୩ଟି ବିଜୟ ଓ ୪ଟି ପରାଜିତ ହୋଇଛି। ଦଳ ଶେଷ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମାତ୍ର ୮୯ରନ କରିବା ସହିତ ୬ ୱିକେଟରେ ପରାଜିତ ହୋଇଥିଲ। ଦୁର୍ବଳ ବ୍ୟାଟିଂ ଦଳ ପାଇଁ ଚିନ୍ତାର ବିଷୟ ହୋଇଛି। ଗିଲ୍‌, ସାଇ ସୁଦର୍ଶନ, ଡେଭିଡ୍‌ ମିଲର,ରିଦ୍ଧିମାନ ସାହା ଓ ଅଭିନବ ମନୋହର ରହିଛନ୍ତି। କିନ୍ତୁ ନିୟମିତ ଭଲ ପ୍ରଦର୍ଶନ କରିବାରେ ବିଫଳ ହେଉଛନ୍ତି। ଯାହା ଦଳକୁ ଚିନ୍ତାରେ ପକାଇଛି। ସନ୍ଦୀପ ୱାରିୟର, ସ୍ପିନସର ଜନସନ,ରସିଦ ଖାନ ଓ ନୂର ଅହମ୍ମଦ ପ୍ରମୁଖଙ୍କ ଉପରେ ଦଳର ବୋଲିଂ ଭାର ନିର୍ଭର କରୁଛି। ବୋଲିଂ ଅପେକ୍ଷା ଦଳକୁ ବ୍ୟାଟିଂ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବାର ଆବଶ୍ୟକତା ରହିଛି। ଅନ୍ୟପକ୍ଷରେ ପଞ୍ଜାବ କିଙ୍ଗ୍‌ସ ୭ଟି ମ୍ୟାଚରୁ ୨ଟି ବିଜୟ ଓ ୫ଟି ପରାଜିତ ହୋଇଛି। ଦଳର ଶୀର୍ଷ ଭାଗ ବ୍ୟାଟ୍‌ସମ୍ୟାନ ବାରମ୍ବାର ବିଫଳ ହେଉଛନ୍ତି। ଶିଖର ଧାୱନଙ୍କ ଅନୁପସ୍ଥିତି ଦଳ ଅନୁଭବ କରୁଛି। ଦୁଇ ଯୁବ ବ୍ୟାଟ୍‌ସମ୍ୟାନ ଆଶୁତୋଷ ଶର୍ମା ଓ ଶଶାଙ୍କ ସିଂହ ଚମତ୍କାର ବ୍ୟାଟିଂ କରୁଛନ୍ତି। କିନ୍ତୁ ଅନ୍ୟ ବ୍ୟାଟ୍‌ସମ୍ୟାନଙ୍କ ସହଯୋଗ ମିଳୁନଥିବାରୁ ଦଳ ବ୍ୟାଟିଂ କ୍ଷେତ୍ରରେ ବିଫଳ ହେଉଛି। ବୋଲିଂ ବିଭାଗରେ ଦଳ ନିକଟରେ ଅର୍ଶଦୀପ୍‌ ସିଂହ, କାଗିସୋ ରାବଡା, ସାମ କରନ, ହର୍ଶଲ ପଟେଲ ରହିଛନ୍ତି। ରାବଡ଼ା ଓ ଅର୍ଶଦୀପ୍‌ ମହଙ୍ଗା ସାବ୍ୟସ୍ତ ହେବା ଦଳକୁ ସମସ୍ୟାରେ ପକାଉଛି। ବିଜୟ ଧାରାକୁ ଫେରିବାକୁ ହେଲେ ଦଳକୁ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଚରଣ ମ୍ୟାଚରେ ପଞ୍ଜାବ ୩ ୱିକେଟରେ ବିଜୟୀ ହୋଇଥିଲା। ଶଶାଙ୍କ ସିଂହଙ୍କ ଚମତ୍କାରିତା ପଞ୍ଜାବକୁ ବିଜୟୀ କରାଇଥିଲା। ପଞ୍ଜାବ ଉକ୍ତ ପ୍ରଦର୍ଶନକୁ ବଜାୟ ରଖିବା ନେଇ ନିଶ୍ଚିତ ଉଦ୍ୟମ କରିବ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories